Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପ୍ରକୃତି ନୈବ ମୁଚ୍ୟତେ.. ନରଓ୍ବେ ଦୂତାବାସରେ ପଶି ମଦ ବୋତଲ ଭାଙ୍ଗିବା ସହ କାଗଜପତ୍ର ନଷ୍ଟ କରି ପକାଇଲା ତାଲିବାନ

9/09/2021 at 4:06 PM

କାବୁଲ ୯/୦୯: ସରକାର ଗଢ଼ିବା ପରେ ମଧ୍ୟ ତାଲିବାନ ନିଜର ହୀନ ପ୍ରକୃତିକୁ ଛାଡ଼ିପାରୁ ନାହିଁ। କାବୁଲରେ ଥିବା ନରଓ୍ବେ ଦୂତାବାସ ଉପରେ କବଜା କଲା ତାଲିବାନ। ଏହା ପରେ ସେଠାରେ ମଦ ବୋତଲ ଭାଙ୍ଗିବା ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ କଗଜପତ୍ର ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି। ଇରାନରେ ଅବସ୍ଥାପିତ ନରଓ୍ବେର ରାଷ୍ଟ୍ରଦୂତ ସିଗଓ୍ବାଲ୍ଡ ହାଉଗେ ଏନେଇ ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ‘ତାଲିବାନ ଏବେ କାବୁଲର ନରଓ୍ବେ ଦୂତାବାସ କବଜା କରିଛି। ପରେ ଏହାକୁ ଆମକୁ ଫେରାଇଦେବେ ବୋଲି କହୁଛି । କିନ୍ତୁ ସେଠାରେ ମଦ ବୋତଲ ଭଙ୍ଗାଯାଉଛି ଏବଂ ପିଲାମାନଙ୍କ ବହି ନଷ୍ଟ କରାଯାଉଛି।’

କିନ୍ତୁ ଏହା ପୂର୍ବରୁ କୌଣସି ଦେଶର ଦୂତାବାସରେ ହସ୍ତକ୍ଷେପ କରିବ ନାହିଁ ବୋଲି ତାଲିବାନ କହିଥିଲା। ଏବେ ଆଫଗାନିସ୍ତାନରେ ସରକାର ଗଢ଼ିଥିବା ତାଲିବାନର ନେତୃତ୍ବ ହିବତୁଲ୍ଲାହ ଅଖୁନ୍ଦଜାଦା ନେଇଛି। ସେପଟେ ବିଶ୍ବ ଆତଙ୍କବାଦୀର ମାନ୍ୟତା ପାଇଥିବା ସିରାଜୁଦ୍ଦିନ ହକ୍କାନୀ କାର୍ଯ୍ୟକାରୀ ଗୃହମନ୍ତ୍ରୀ ଭାବେ ଦାୟିତ୍ବ ପାଇଛି। ଗତ ମାସରେ ଆଫଗାନିସ୍ତାନରେ ସୁରକ୍ଷା ବ୍ୟବସ୍ଥା ବିଗିଡ଼ିଥିବା କହି ଡେନମାର୍କ ଏବଂ ନରଓ୍ବେ କାବୁଲରେ ଥିବା ଦୂତାବାସ ବନ୍ଦ କରିବେ ବୋଲି ଘୋଷଣା କରିଥିଲେ।

ନରଓ୍ବେ ବୈଦେଶିକ ମନ୍ତ୍ରୀ ଇନେ ସୋରାଇଡ୍‌ କହିଥିଲେ, ନରଓ୍ବେ ନିଜର ଦୂତାବାସ ବନ୍ଦ କରିବା ସହ ନିଜର ସମସ୍ତ କର୍ମଚାରୀଙ୍କୁ ଫେରାଇନେବ। କିନ୍ତୁ ଆଫଗାନିସ୍ତାନରୁ ନିଜର ଶେଷ ନାଗରିକଙ୍କୁ ନେବା ପାଇଁ ଅସମର୍ଥ ହୋଇଥିଲା ନରଓ୍ବେ ।

   Related Posts