ତାଲିବାନର ଆଫଗାନ ଦଖଲ ପରେ ଦୁନିଆ ଦେଖିପାରେ ୯/୧୧ ପରି ଆତଙ୍କୀ ଆକ୍ରମଣ: ୟୁକେ ଗୁଇନ୍ଦା ଏଜେନ୍ସି

Published By : Prameya-News7 Bureau | September 10, 2021 IST

ନୂଆଦିଲ୍ଲୀ ୧୦।୦୯: ପୁଣି ଥରେ ହୋଇପାରେ ୯/୧୧ ପରି ଆତଙ୍କୀ ଆକ୍ରମଣ। ଏମିତି ସତର୍କବାଣୀ ଦେଇଛନ୍ତି ବ୍ରିଟେନ୍‌ର ଗୁଇନ୍ଦା ଏଜେନ୍ସି ଏମଆଇ-୫ର ପ୍ରମୁଖ କେନ  ମ୍ୟାକ୍କଲମ। ସେ ଶୁକ୍ରବାର କହିଛନ୍ତି, ଆଫଗାନିସ୍ତାନରେ ତାଲିବାନର କବଜା ପରେ ଆତଙ୍କବାଦୀଙ୍କ ମନୋବଳ ବଢିବ ଏବଂ ଏହାର ଅର୍ଥ ୯/୧୧ ପରି ଆତଙ୍କୀ ଆକ୍ରମଣର ଭୟ ଦୁନିଆ ସାମ୍ନାରେ ରହିବ। ସେ କହିଛନ୍ତି ଆଫଗାନିସ୍ତାନରେ ନାଟୋ ସୈନିକ ପ୍ରତ୍ୟାହାର ପରେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ଆତଙ୍କବାଦୀଙ୍କ ମନୋବଳ  ବଢିବ। ଏଥିପାଇଁ ଆମକୁ ସତର୍କ ରହିବାକୁ ପଡିବ ବୋଲି ମ୍ୟାକ୍କଲମ କହିଛନ୍ତି।

ବିବିସିକୁ ଦେଇଥିବା ସାକ୍ଷାତକାରରେ ସେ ଏହା ମଧ୍ୟ ଖୁଲାସା କରିଛନ୍ତି, ବ୍ରିଟେନ୍‌ର ପୋଲିସ ଓ ଗୁଇନ୍ଦା ଏଜେନ୍ସି ଗତ ଚାରି ବର୍ଷରେ ୩୧ ଆତଙ୍କବାଦୀ ହମଲାକୁ ବିଫଳ କରିଛି। ତାଙ୍କ କହିବା କଥା ତାଲିବାନ ସରକାର ଗଠନ ପରେ ପୁଣି ଥରେ ଆତଙ୍କବାଦୀ ସଂଗଠନ ମଜବୁତ ହେବେ। ଦୁନିଆରେ ଆତଙ୍କୀ ଗତିବିଧି ପୁଣି ଥରେ ବଢିପାରେ। ଫଳରେ ଆମକୁ ଆତଙ୍କବାଦୀଙ୍କ ଭୟଙ୍କର ଷଡଯନ୍ତ୍ରର ସମ୍ମୁଖୀନ ହେବାକୁ ପଡିପାରେ। ଏପରିକି ଆମକୁ ୯/୧୧ ପରି ହମଲା ମଧ୍ୟ ଦେଖିବାକୁ ମିଳିପାରେ।

ସେ କହିଛନ୍ତି, ରାତାରାତି ଏଠାରେ ଏବଂ ଅନ୍ୟ ଦେଶରେ ଚରମପନ୍ଥୀଙ୍କ ମନୋବଳ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି। ଯେମିତିକି ଆମେ ଗତ ୫ ରୁ ୧୦ ବର୍ଷ ହେବ ଆମକୁ ଆତଙ୍କୀ ଷଡଯନ୍ତ୍ରର ସମ୍ମୁଖୀନ ହୋଇଛୁ। ଏଥିସହ ଅଲକାଏଦା ପରି ସମ୍ଭାବିତ ଆକ୍ରମଣର ମଧ୍ୟ ବିପଦ ରହିଛି, ଯାହା କିଛି ବର୍ଷରେ ଦେଖିଛୁ ବୋଲି ମ୍ୟାକ୍କଲନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.