Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଜାତୀୟ ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡକାଟ କଲା ତାଲିବାନ, ମୁହଁ ନଖୋଲିବାକୁ ପରିବାର ଲୋକଙ୍କୁ ଧମକ

20/10/2021 at 5:20 PM

ନୂଆଦିଲ୍ଲୀ ୨୦।୧୦: ଆଫଗାନିସ୍ତାନରେ ବର୍ତ୍ତମାନ ତାଲିବାନ ରାଜ। ହେଲେ ମହିଳାଙ୍କ ପାଇଁ ସଜା ପାଲଟି ଯାଇଛି ତାଲିବାନୀଶାସନ। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ହେଲେ ଏହା ମଧ୍ୟରେ ତାଲିବାନର ବର୍ବରକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ତାଲିବାନ ଆଫଗାନ ଜୁନିୟର ମହିଳା ଭଲିବଲ ଜାତୀୟ ଦଳର ଜଣେ ଖେଳାଳିଙ୍କୁ ଗଳାକାଟି  ହତ୍ୟା କରିଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ଦଳର କୋଚ୍।

ପର୍ସିଆନ ଇଣ୍ଡିପେଡେଣ୍ଟ ସହ ସାକ୍ଷାତକାର ସମୟରେ କୋଚ୍ ସୂର୍ୟା ଅଫଜଲି  କହିଛନ୍ତି, ମହଜବିନ ହାକିମି ନାମକ ଜଣେ ମହିଳା ଭଲିବଲ ଖେଳାଳିଙ୍କୁ ତାଲିବାନ ଚଳିତ ମାସରେ ଗଳାକାଟି ହତ୍ୟା କରିଛି। ମାତ୍ର କାହାକୁ ମଧ୍ୟ ଏହି ହତ୍ୟାକାଣ୍ଡ ବିଷୟରେ କିଛି ଜଣା ନାହିଁ। କାରଣ ତାଲିବାନ ମୃତକ ପରିବାରକୁ ଏହି ବିଷୟରେ ମୁହଁ ନଖୋଲିବାକୁ ଧମକ ଦେଇଥିଲା।

ମହଜବିନ ଅଶରଫି ଘନି ସରକାର ସମୟରେ କାବୁଲ ମ୍ୟୁନସିପାଲଟି ଭଲିବଲ କ୍ଲବ ତରଫରୁ ଖେଳୁଥିଲେ। ସେ କ୍ଲବର ଜଣେ ତାରକା ଖେଳାଳି ଥିଲେ। ହେଲେ କିଛି ଦିନ ପରେ ତାଙ୍କର କଟା ମୁଣ୍ଡ ଏବଂ ରକ୍ତ ଜୁଡୁବୁଡୁ ବେକର ଫଟୋ ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଥିଲା।

ଆଫଗାନ ଜାତୀୟ ମହିଳା ଭଲିବଲ ଦଳର କୋଚ୍ କହିଛନ୍ତି, ଅଗଷ୍ଟ ମାସରେ ତାଲିବାନ ପୂରା ଦେଶକୁ କବଜା କରିବା ପୂର୍ବରୁ କେବଳ ଦୁଇଟି ଟିମ୍ ଦେଶରୁ ଖସିବାରେ ସକ୍ଷମ ହୋଇଥିଲେ। ହେଲେ ମହଜବିନ  ହାକିମି ସେହି ଖେଳାଳିଙ୍କ ମଧ୍ୟରେ ଥିଲେ ଯିଏ ଦୁର୍ଭାଗ୍ୟବଶତଃ ଆଫଗାନିସ୍ତାନରେ ରହିଗଲେ।

ଏହା ପରଠୁ ତାଲିବାନ ଖେଳାଳିଙ୍କ ଚିହ୍ନଟ କରି ସେମାନଙ୍କୁ ହତ୍ୟା କରିବାକ ଉଦ୍ୟମ କରିଥିଲା। କୋଚ୍ ଅଫଜଲି ଦାବି କରିଛନ୍ତି ଯେ, ଆତଙ୍କବାଦୀ ଆଫଗାନ ମହିଳା ଭଲିବଲ ଦଳର ଖେଳାଳିଙ୍କୁ ସନ୍ଧାନ କରିବାରେ ଅଧିକ ଉତ୍ସୁକତା ଦେଖାଇଛି। ବିଶେଷ କରି ସେହି ଖେଳାଳିଙ୍କୁ ତାଲିବାନ ଖୋଜୁଛି, ଯେଉଁମାନେ ବିଦେଶ ଏବଂ ଘରୋଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଏବଂ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଭଲିବଲ ଦଳର ସମସ୍ତ ଖେଳାଳି ଏବଂ ବାକି ମହିଳା ଆଥଲେଟ୍ ବର୍ତ୍ତମାନ ଶୋଚନୀୟ ସ୍ଥିତିରେ ଅଛନ୍ତି ଏବଂ ଭୟରେ ଲୁଚି ରହିଥିବା କୋଚ୍ ଅଫଜଲି କହିଛନ୍ତି। ପ୍ରତ୍ୟେକ ଖେଳାଳି ପଳାୟନ କିମ୍ବା ନିଜକୁ ଲୁଚାଇ ରଖିବାକୁ ବାଧ୍ୟ  ହୋଇଛନ୍ତି।

   Related Posts