Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଚୁଲିକୁ ଗଲା ପ୍ରତିଶ୍ରୁତି, ସରକାର ଗଠନ ହେଉ ହେଉ ୫ ସାମ୍ବାଦିକଙ୍କୁ ଗିରଫ କଲା ତାଲିବାନ

8/09/2021 at 8:55 PM

କାବୁଲ ୮/୦୯: ଆଫଗାନିସ୍ତାନରେ ନୂଆ ଶାସନ ଆରମ୍ଭ ହେବାର ଗୋଟିଏ ଦିନ ପରେ ତାଲିବାନର କ୍ରୁରତା ପୁଣି ଥରେ ଦୁନିଆ ସାମ୍ନାକୁ ଆସିଛି । ନୂଆ ସରକାର ଗଠନ ହେବା ପରେ ବୁଧବାର କାବୁଲର ଏକ ଦୈନିକ ଖବରକାଗଜର ୫ ସାମ୍ବାଦିକଙ୍କୁ ଗିରଫ କରିଛି ତାଲିବାନ। ଏନେଇ ସୂଚନା ଦେଇଛନ୍ତି ଖୋଦ ଖବରକାଗଜ ଏଟିଲାଟ୍ରୋଜ୍‌ର ମୁଖ୍ୟ ସମ୍ପାଦକ ଜକି ଦରିୟାବୀ ।

ଟୋଲୋ ନ୍ୟୁଜ୍‌ ପକ୍ଷରୁ ଟ୍ବିଟ୍‌ କରି ଲେଖାଯାଇଛି, ‘କାବୁଲର ଏକ ଦୈନିକ ଖବରକାଗଜ ଏଟିଲାଟ୍ରୋଜ୍‌ର ୫ ଜଣ ସାମ୍ବାଦିକଙ୍କୁ ତାଲିବାନ ଗିରଫ କରିଛି। ଏନେଇ ଖବରକାଗଜର ମୁଖ୍ୟ ସମ୍ପାଦକ ବୁଧବାର ଦିନ କହିଛନ୍ତି।’ କାବୁଲରେ କବଜା କରିବା ପରେ ଏବଂ ସରକାର ଗଠନ ପୂର୍ବରୁ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ସାମ୍ବାଦିକଙ୍କ ଅଧିକାର ଏବଂ ଅଭିବ୍ୟକ୍ତିର ସ୍ବତନ୍ତ୍ରତାକୁ ସମ୍ମାନ କରିବ। ତେବେ ବୋଧହୁଏ ତାଲିବାନ ଆଜି ଏହି ସମ୍ମାନ ରକ୍ଷା କରିଛି।

ମିଳିତ ଜାତିସଙ୍ଘର ମାନବାଧିକାର ବିଶେଷଜ୍ଞଙ୍କ ଟିମ୍‌ ଆଫଗାନିସ୍ତାନ ସାମ୍ବାଦିକ ଏବଂ ମିଡିଆ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ଆହ୍ବାନ ଦେଇଥିଲା । ତେବେ ତାଲିବାନ ମଙ୍ଗଳବାର ଆଫଗାନିସ୍ତାନ​‌ରେ ନୂଆ ସରକାରର ଘୋଷଣା କରିଛି। ଏହି ନୂଆ ସରକାରରେ ଅନେକ କଟ୍ଟରପନ୍ଥୀ ସାମିଲ ହୋଇଛନ୍ତି । ଆଫଗାନିସ୍ତାନରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ମୁଲ୍ଲା ଅବଦୁଲ ଘନି ଏବଂ ମୋଲବୀ ଅବଦୁଲ ସଲାମ ହନଫିଙ୍କୁ ଡେପୁଟି ପିଏମ୍‌ ଭାବେ ନିଯୁକ୍ତ କରାଯାଇଛି ।

   Related Posts