କାନ୍ଦାହାର ଉପରେ କବଜା କରିବ ତାଲିବାନ, ଯୁଦ୍ଧ ପାଇଁ ପ୍ରସ୍ତୁତ ଆଫଗାନ୍ ସେନା

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ,୨୦/୦୭: ଆଫଗାନିସ୍ତାନରେ ତାଲିବାନ ପୁଣି ସକ୍ରିୟ ହୋଇ ଉଠିଛି । ଦେଶରରେ ଲୋକତନ୍ତ୍ର ଉପରେ ବିପଦ ଘନଉଛି । ଏହି ମହାସଙ୍କଟ ମଧ୍ୟରେ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି ।

କାବୁଲ ପରେ କାନ୍ଦାହାର ହେଉଛି ଆଫଗାନର ସବୁଠୁ ବଡ ସହର । ଏଠାରେ ୬୨ ଲକ୍ଷ ଲୋକ ବସବାସ କରନ୍ତି । ଏହି ସହରକୁ ଚାରିପଟୁ ତାଲିବାନ ଘେରିସାରିଛି । ଅନେକ ପୋଲିସ ପୋଷ୍ଟ ଓ ଚେକ୍ ପୋଷ୍ଟକୁ କବଜା କରିନେଇଛି । ଏବେ ଆଫଗାନ ଆର୍ମି ଏହି ଐତିହାସିକ ସହରକୁ ରକ୍ଷା କରିବା ପାଇଁ ଉଦ୍ୟମ କରିବ ।

ସହରର ଦକ୍ଷିଣ ପ୍ରାନ୍ତରେ ଆଫଗାନ ଓ ତାଲିବାନ ସେନା ମଧ୍ୟରେ ସଙ୍ଘର୍ଷ ଜାରି ରହିଛି । ଏଠାରେ ତାଲିବାନ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତି ପାଇଁ ଦାବି କରୁଛି । କାନ୍ଧାର ଜେଲରେ ପ୍ରାୟ ୬୦୦ ବନ୍ଦୀ ରହିଛନ୍ତି । ଏମାନଙ୍କୁ ମୁକୁଳାଇବାକୁ ତାଲିବାନ ଉଦ୍ୟମ କରୁଛି ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରୁ ଭାରତ, ଇରାନ ସମେତ ଅନ୍ୟ ଦେଶ ନିଜ ଅଧିକାରୀଙ୍କୁ ଫେରାଇ ଆଣିଛନ୍ତି । କାନ୍ଦାହାରରେ କେବଳ ପାକିସ୍ତାନରେ ରାଷ୍ଟ୍ରଦୂତ ଅଛନ୍ତି । କାନ୍ଦାହାରରେ ତାଲିବାନ ସଦସ୍ୟଙ୍କ ସଂଖ୍ୟା ଅଧିକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଆଫଗାନିସ୍ତାନର କହିବାନୁସାରେ, ତାଲିବାନର ଅନେକ ସଦସ୍ୟ ପାକିସ୍ତାନରୁ ସେଠାକୁ ଆସିଛନ୍ତି । ନିକଟରେ ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ସେ ଖବର ସଂଗ୍ରହ ପାଇଁ ସେଠାକୁ ଯାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.