ପେଶାରେ ଶିକ୍ଷକ, ହେଲେ ପ୍ରଚଣ୍ଡ ପ୍ରତିଭାବାନ ଚିତ୍ରକର, ବଣ ମଲ୍ଲି ଭଳି ମଉଳି ଯାଉଛି ପ୍ରତିଭା… ଉପାନ୍ତ ନବରଙ୍ଗପୁରରୁ ପଢନ୍ତୁ ଏହି ରିପୋର୍ଟ

Published By : Prameya-News7 Bureau | August 18, 2019 IST

ଜୟପୁର୧୮|୮(ପଦ୍ମନାଭ ହୋତା):ପେଶାରେ ସେ ହେଉଛନ୍ତି ସରକାରୀ ପ୍ରାଥମିକ ଵିଦ୍ୟାଳୟର ଜଣେ ଶିକ୍ଷକ।ହେଲେ ନିଶା କିନ୍ତୁ ହେଉଛି ଚିତ୍ରକଳା।ତାଙ୍କ ଚିତ୍ରକଳା ଏମିତି ଆକର୍ଷଣୀୟ ଯେ ନିର୍ଜୀବ ଯେ କୌଣସି ବସ୍ତୁ ବି ପାଲଟିଯାଏ ଜୀବନ୍ତ।ସେ ଚକ୍ ଖଡି ଠାରୁ ଆରମ୍ଭ କରି ଗଛର ପତ୍ର ଓ ଶଙ୍ଖ ଏପରିକି ପେନସିଲ ଆର୍ଟରେ ମାହିର।ଆଉ ଏହି କଳାକାର ଜଣଙ୍କ ହେଉଛନ୍ତି ନଵରଙ୍ଗପୁର ଜିଲ୍ଲାର ପଦୁ ନିରୁଣ୍ଡି।ଆସନ୍ତୁ ଦେଖିବା ତାଙ୍କ ଚିତ୍ର କଳାର ଯାଦୁ ଏହି ରିପୋର୍ଟରେ।

{"id":145822}

ଗୋଟିଏ ହାତରେ ଚକ୍ ଖଡି।ଆଉ ଆର ହାତରେ ସାମାନ୍ୟ ଛୁଂଚିଟିଏ।ଆଉ ଏହି ଛୁଂଚି ମାଧ୍ୟମରେ ପୂର୍ଵତନ ରାଷ୍ଟ୍ରପତି ଅଵଦୁଲ କଲାମଙ୍କ ପ୍ରତିମୂର୍ତ୍ତି ତିଆରି କରି ଚାଲିଛି ଚକ୍ ଖଡିକୁ ଜୀବନ୍ତ ରୁପ ଦେବାକୁ।ଆଉ ମାତ୍ର ୧୫ ମିନଟରେ ଅଵଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଵି ପ୍ରସ୍ତୁତ।

{"id":145823}

କେଵଳ ଏତିକି ନୁହଁ ଶଙ୍ଖ ଓ ଶୁଖିଲା ପତ୍ର ଵି ଜୀବନ୍ତ ହୋଇଯାଉଛି କଳାକାରଙ୍କ ହାତର ସ୍ପର୍ଷରେ।ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଵେ ଏପରି ଚମତ୍କାର କଳାକୃତିରେ ପାରଙ୍ଗମ ଥିଵା ଏହି  କଳାକାର ଜଣଙ୍କ ହେଉଛନ୍ତି ଉପାନ୍ତ ନଵରଙ୍ଗପୁର ଜିଲ୍ଲା ଝରିଗାଁର ପଦୁ ନିରୁଣ୍ଡି।

{"id":145824}

କେଵଳ ଚକ୍ ଖଡି କି ଗଛର ପତ୍ର କିମ୍ବା ଶଙ୍ଖ ନୁହେଁ ବରଂ ପେନସିଲ ଆର୍ଟରେ ଵି ପଦୁ ମାହିର।ଧଳା କାଗଜରେ ତାଙ୍କ ପେନସିଲ ମୁନର ସ୍ପର୍ଶ ପାଇବା ପରେ ଆଙ୍କି ହୋଈଯାଏ ଅନେକ ସୁନ୍ଦର ଓ ଆକର୍ଷଣୀୟ ଚିତ୍ର।

{"id":145825}

ଆଉ ପଦୁଙ୍କ ଏପରି ଚିତ୍ରକଳା ପାଇଁ ପଦୁଙ୍କୁ ନେଇ ସଵୁଠି ଚର୍ଚ୍ଚା ଓ ମିଳୁଛି ପ୍ରଶଂସା।ଏତେ ସୁନ୍ଦର ଚିତ୍ରକଳା  ଆଙ୍କୁଥିଲେ ଵି ଏଥିପାଇଁ କିନ୍ତୁ ସେ କେଉଁଠି ଵି ତାଲିମ ନେଇ ନାହାନ୍ତି କି କାହା ପାଖକୁ ଯାଇ ନାହିଁନ୍ତି।

{"id":145826}

ନିଜେ ନିଜେ ଅଭ୍ୟାସ କରିଵା ସହ ୟୂଟ୍ୟୁଵ ଓ ଫେସବୁକ ଅନୁକରଣ କରି ସେ ଏତେ ସୁନ୍ଦର ଚିତ୍ର ଆଙ୍କୁଥିବା କହିଛନ୍ତି।ଆଉ ତାଙ୍କରି ଅଧିକାଂଶ ଚିତ୍ରକଳା ସାମାଜିକ ବାର୍ତ୍ତା ଵହନ କରିଥାଏ।ଚିତ୍ର ମାଧ୍ୟମରେ ନିଶା ସେଵନଠାରୁ ଆରମ୍ଭ କରି ଦୁର୍ନୀତି ଵିରୋଧରେ ସେ ସ୍ବର ଉତ୍ତୋଳନ କରି ଆସୁଛନ୍ତି।

{"id":145827}

ପଦୁ ଏତେ ସୁନ୍ଦର ଚିତ୍ର କଳା ଆଙ୍କୁଥିଲେ ଵି ତାଙ୍କ ଜୀବନ କିନ୍ତୁ ଖୁବ ସଂଘର୍ଷମୟ।ଦଳିତ ଚାଷୀ ପରିଵାରରେ ତାଙ୍କର ଜନ୍ମ ହୋଇଥିବା ବେଳେ ଵହୁ କଷ୍ଟରେ ସେ ଯୁକ୍ତ ଦୁଇ ପାସ କରିବା ପରେ ଏଵେ ସରକାରୀ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଛନ୍ତି।

{"id":145828}

ହେଲେ ପେଟ ପୋଷିବାକୁ ସେ ସିନା ଶିକ୍ଷକତା କରୁଛନ୍ତି କିନ୍ତୁ ମନ ରହିଯାଇଛି ଚିତ୍ରକଳାରେ।ତେଣୁ ଅଧିକ ସୁଯୋଗ ମିଳେଲେ ସେ ଶିକ୍ଷକତା ଛାଡି ଚିତ୍ରକଳାକୁ ହିଁ ଵୃତ୍ତି କରିବେ ଵୋଲି କହିଛନ୍ତି।ହେଲେ ଉପାନ୍ତ ଆଦିବାସୀ ଗାଁରେ ତାଙ୍କୁ ସେତିକି ସୁଯୋଗ ମିଳୁନଥିବାରୁ ଏବେ ତାଙ୍କୁ ସହଯୋଗର ହାତ ବଢାଇଵାକୁ ଆଗେଇ ଆସିଛି ଜୟପୁରର ଏକ ସାମାଜିକ ସଂଗଠନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.