ଜଣେ ନିଖୋଜ ଦାଦନଙ୍କ ସ୍ତ୍ରୀର ଜୀବନ ଯନ୍ତ୍ରଣା, ପର ଘରେ କାମ କରି ପେଟ ପୋଷୁଛନ୍ତି ଗୌରୀ : ଦୁଇ ପିଲାଙ୍କୁ ନେଇ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଯାଗା

Published By : Prameya-News7 Bureau | January 11, 2019 IST

ଯାଜପୁର ୧୧|୧: ବାହାର ଚିକ୍ ଚିକ୍ ଭିତର ଫମ୍ପା । ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲା । ମୁଣ୍ଡ ଟେକି ଛିଡା ହୋଇଛି ବଡ ବଡ କମ୍ପାନୀ । ହେଲେ ଏଠିବି ଦାଦନ ଦୁଃଖ । ଗରିବିର ଦୁଃଖ । ପେଟ ପାଟଣା ପାଇଁ ଚିନ୍ତା । ମୁଣ୍ଡ ଗୁଞ୍ଜିବା ପାଇଁ ଚିନ୍ତା । ସ୍ବାମୀ ଦାଦନ ଖଟିବାକୁ ଗଲେ, ତା ପର ଠାରୁ ତାଙ୍କର ଆଉ ଖୋଜ ଖବର ନାହିଁ । ପର ଘରେ କାମ କରି ପେଟ ପୋଷୁଛନ୍ତି, ଗୌରୀ । ମୁଣ୍ଡ ଉପରେ ଦୁଇ ପିଲାଙ୍କ ଭାର । କଣ ହେବ ସେମାନଙ୍କ ଭବିଷ୍ୟତ ଏହି ଚିନ୍ତାରେ ତାଙ୍କ ଆଖିକୁ ନିଦ ନାହିଁ ।

{"id":72786}

ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ଦାଦନ ଦୁଃଖ। ପର ଘରେ କାମ କରି ପେଟ ପୋସୁଛନ୍ତି ସୁକିନ୍ଦା ଗୋଲଖପୁର ଗାଁର ଗୌରୀ । ୧୦ ବର୍ଷ ହେଲା ସ୍ବାମୀ ଲୋକନାଥ ମହାନ୍ତ ଦାଦନ ଖଟିବାକୁ ଯାଇଛନ୍ତି, ହେଲେ ଆଉ ଫେରିନାହାନ୍ତି । ଏଯାଏ ତାଙ୍କର ଖୋଜ ଖବର ନାହିଁ । ଗୋଟେପଟେ ପରିବାର ଚଳଇବା ଚିନ୍ତା ଆରପଟେ ସ୍ବାମୀଙ୍କୁ ଖୋଜିବା ଚିନ୍ତାରେ ନୟାନ୍ତ ହେଲେଣି ଗୌରୀ । ମୁଣ୍ଡ ଉପରେ ଦୁଇ ପିଲାଙ୍କ ଭାର ।

{"id":72787}

ଗୋଲଖପୁର ଗାଁର ଗୌରୀ ମହାନ୍ତଙ୍କ ଏ ହେଉଛି ଦୁଃଖଦ କାହାଣୀ।

ମୁଲ ମଜୁରୀ କରି ଦୁଇ ଛୁଆଙ୍କ ପେଟକୁ ଦାନା ଯୋଗାଇ ଦେଉଥିଲେ ଗୌରୀ । ହେଲେ  ଗତ ଅଦିନିଆ ବର୍ଷାରେ ସେ ଆଶ୍ରୟ ନେଇଥିବା ଘରଟି ସମ୍ପୁର୍ଣ୍ଣ ଭାଙ୍ଗିଗଲା।

{"id":72788}

ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି । ଗୌରୀକୁ ଆବାସ ଯୋଜନାରେ ରହିବା ପାଇଁ ଖଣ୍ଡେ ପକ୍କାଘର ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି, ଅଭିଯୋଗ ହୋଇନାହିଁ । ଅଭିଯୋଗ ପରେ ପଦକ୍ଷେପ ନିଆଯିବ ।

{"id":72792}

ସୁନାର ସୁକିନ୍ଦାରେ ସାହାରା ଖୋଜୁଛନ୍ତି ଗୌରୀ ।ଖୋଜୁଛନ୍ତି ବଞ୍ଚିବାର ରାହା । ହେଲେ ମିଳୁନି । ନା ମୁଣ୍ଡ ଗୁଞ୍ଜିବାକୁ ଘର ଅଛି, ନା ଅଛି ସମ୍ବଳ । କେବେ ମିଳୁଛି ଗୌରୀଙ୍କୁ ସହାୟତା ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.