ରାଜମିସ୍ତ୍ରୀ ସାଜିଲେ ଥାନା ଅଧିକାରୀ, ହାତରେ କରଣୀ ଧରି କଲେ ସିମେଣ୍ଟ କାମ
26/11/2020 at 10:28 AM

ପଟ୍ଟାମୁଣ୍ଡାଇ ୨୬।୧୧: ଥାନା ଅଧିକାରୀଙ୍କ ମହତ କାମ । ହାତରେ କରଣୀ ଧରି କଲେ ରାଜମିସ୍ତ୍ରୀ କାମ । ଥାନା ପରିସରକୁ କଲେ ସୁନ୍ଦର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ମେରାଇନ ଥାନା ପରିସରରେ ।

ସୂଚନାଯୋଗ୍ୟ ଯେ, ତାଳଚୁଆ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କୁ ଥାନା ପରିସରରେ ରାଜମିସ୍ତ୍ରୀ କାମ କରୁଥିବାର ଦେଖିବାକୁ ମିଳିଥିଲା । ନିଜେ ସିମେଣ୍ଟ ଗୋଡି ଗୋଳାଇ ହାତରେ କରଣୀ ଧରି ଥାନାକୁ ସୌନ୍ଦର୍ଯ୍ୟକରଣ କରିବାରେ ଲାଗିପଡିଥିଲେ ଥାନା ଅଧିକାରୀ । ନିକଟରେ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ସେମାନେ ମଧ୍ୟ ଥାନା ଅଧିକାରୀଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଥାନା ଅଧିକାରୀଙ୍କ ଏଭଳି କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ ଲୋକ ।
Related Posts
ଆଜିଠୁ କରୋନା ଟିକାକରଣ, ଅନୁଗୁଳ ଜିଲ୍ଲାରେ ପ୍ରସ୍ତୁତି ଶେଷ
16 January 2021
ଯୁବକଙ୍କ ଉପରେ ମାଡିଗଲା ୧୦ ଚକିଆ ଟ୍ରକ୍, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ
16 January 2021