ତାଳଚେରରେ କୋଇଲା ପରିବହନ ଠପ୍ ; ଟ୍ରକ୍ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ

Published By : Prameya-News7 Bureau | November 22, 2018 IST

ଅନୁଗୁଳ ୨୨|୧୧:  ତାଳଚେର ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଜିଠାରୁ କୋଇଲା ଖଣି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି । ରେଡ୍  ସେଲ୍ ମାଧ୍ୟମରେ ଟ୍ରକ୍ ଯୋଗେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଯୋଗାଇ ଦେବାପାଇଁ ଟ୍ରକ୍ ମାଲିକ ସଂଘ ଦାବି କରିଛି । ଟ୍ରକ୍ ଯୋଗେ କୋଇଲା ଯୋଗାଇ ଦିଆନଗଲେ ପାଖାପାଖି ୫ ହଜାର ଟ୍ରକ୍ ମାଲିକ କ୍ଷତି ସହୁଛନ୍ତି । ଏହାଦ୍ବାରା ୧୦ ହଜାର ଶ୍ରମିକ ନିଜର ଜୀବିକା ହରାଇବାର ଆଶଙ୍କା ରହୁଛି । ଆଜିଠୁ ତାଳଚେର ଟ୍ରକ୍ ମାଲିକ ସଂଘ ପକ୍ଷରୁ ଲିଙ୍ଗରାଜ, ଭୁବନେଶ୍ବରରୀ, ଅନନ୍ତ, କଳିଙ୍ଗ, ବଳରାମ, ହିଙ୍ଗୁଳା, ଭରତପୁର କୋଇଲା ଖଣିରୁ ରେଳ ଓ ଟ୍ରକ୍ ଯୋଗେଁ ରାଜ୍ୟର ବିଭିନ୍ନ ବଡ଼ ଓ କ୍ଷୁଦ୍ର ଶିଳ୍ପକୁ କୋଇଲା ପରିବହନ ବନ୍ଦ ରହିଛି । ଏନଟିପିସି, ଟିଟିପିଏସ, ନାଲକୋ ଭଳି ବଡ଼ ଶିଳ୍ପ ସଂସ୍ଥାକୁ ଟ୍ରକ୍ ଯୋଗେଁ କୋଇଲା ପରିବହନ ବନ୍ଦ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.