Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ତାଳଚେର ଅଞ୍ଚଳର ଜଣେ ମାନସିକ ରୋଗୀଙ୍କୁ ମଧ୍ୟପ୍ରଦେଶରେ ଭେଟିଲେ ବିଧାୟକ ବ୍ରଜକିଶୋର ପ୍ରଧାନ

30/08/2019 at 3:05 PM

ତାଳଚେର ୩୦|୮: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଜଣେ ନିଖୋଜ ଯୁବକଙ୍କର ସନ୍ଧାନ ନେଇ ମଧ୍ୟପ୍ରଦେଶରେ ପହଁଚିଛନ୍ତି। ସେଠି ଏକ ସରକାରୀ ଡାକ୍ତରଖାନାରେ ନୁହୁରୀ ବେହେରା ନାମକ ଜଣେ ମାନସିକ ରୋଗୀ ହାତ ଗୋଡ଼ ଭାଙ୍ଗି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା ପରେ ବ୍ରଜକିଶୋର ତାଙ୍କ ବ୍ରଜନାଥପୁର ଗାଁରୁ ୨ ଜଣଙ୍କୁ ସାଙ୍ଗରେ ନେଇ ଯାଇଛନ୍ତି ମଧ୍ୟପ୍ରଦେଶ। ସେଠି ନୁହୁରୀ ବେହେରାଙ୍କୁ ସାକ୍ଷାତ କରି ସମସ୍ତ ମେଡିକାଲ ଖର୍ଚ୍ଚ ବୁଝିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଆବଶ୍ୟକ ପଡ଼ିଲେ ତାଙ୍କୁ ନିଜ ଗାଁ ବ୍ରଜନାଥପୁରକୁ ଫେରାଇ ଆଣିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ନିଜ ଅଞ୍ଚଳର ଲୋକମାନଙ୍କର ସୁଖ ଦୁଃଖରେ ରହି କାମ କରିବାର ପରାମର୍ଶକୁ ପ୍ରମାଣ କରି ଦେଖାଇଛନ୍ତି ବ୍ରଜକିଶୋର ପ୍ରଧାନ। ଆଉ ତାଙ୍କର ଏହି ଜନସେବା ପାଇଁ ରହିଛି ଅନେକ ଖ୍ୟାତି। ସେଥିପାଇଁ ସେ ବାପୁ ଭାଇ ନାମରେ ପରିଚିତ। ଆଉ ତାଙ୍କର ଏହି ସେବା ସୋସିଆଲ ମିଡିଆରେ ଆସିଥିବାରୁ ତାଙ୍କୁ ସବୁ ମହଲରୁ ଭୁୟସୀ ପ୍ରଶଂସା ମିଳିବାରେ ଲାଗିଛି।

   Related Posts