Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ତାଳଚେର ଜେସିଆଇ ପକ୍ଷରୁ କୋଭିଡ ଆର୍ମି ଗଠିତ, କୋଭିଡ୍‌ ଆକ୍ରାନ୍ତଙ୍କୁ କରିବେ ସାହାଯ୍ୟ

4/05/2021 at 10:39 PM

ତାଳଚେର, ୦୪/୦୫: କୋରନାକୁ ପ୍ରତିହତ କରିବା ପାଇଁ ଜେସିଆଇ ସଂଗଠନ, ତାଳଚେର ଶାଖା ପକ୍ଷରୁ କୋଭିଡ ଆର୍ମି ନାମରେ ଏକ ଗ୍ରୁପର ଶୁଭାରମ୍ଭ ହୋଇଛି । ତାଳଚେରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବାରୁ ଚିକିତ୍ସାରେ ଯେପରି କାହାକୁ ଅବହେଳା କରାନଯାଏ ସେଥିପ୍ରତି ନବ ଗଠିତ କୋଭିଡ ଆର୍ମି ଦୃଷ୍ଟି ଦେବେ l

ଏହି ପରିପ୍ରେକ୍ଷୀରେ କୋରନା ସଂକ୍ରମିତଙ୍କ ପାଇଁ ଚାରି ପ୍ରକାର ଉପଚାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଥା କୋରନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ କନସେନଟ୍ରେଟର ସହ ଷ୍ଟିମ ଇନହିଲର, କୋଭିଡ ଆକ୍ରାନ୍ତ ଏବଂ ଗରିବ ରୋଗୀଙ୍କ ପାଇଁ ଖାଦ୍ୟ ପୁଡ଼ିଆ ବ୍ୟବସ୍ଥା ଓ ଟେଲି ବ୍ୟବସ୍ଥା ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ଆଦି ସଂଗଠନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋରନା ମହାମାରୀ ସମୟରେ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

   Related Posts