Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ତାଳଚେରରେ ପୁଣି ଖଣି ବନ୍ଦ : ଏନଟିପିସିରେ କୋଇଲା ସଂକଟ, ଚିନ୍ତାରେ ଟ୍ରକ୍ ମାଲିକ

1/08/2019 at 3:27 PM

ଅନୁଗୋଳ ୧|୮: ପୁଣି ଥରେ ତାଳଚେରର ସମସ୍ତ କୋଇଲା ଖଣି ବନ୍ଦ। ଖଣି ବନ୍ଦ କରିଛନ୍ତି ଭରତପୁର କୋଇଲା ଖଣିରେ ମୃତକଙ୍କ ପରିବାର ଲୋକ। ଫଳରେ ଏନଟିପିସିରେ କୋଇଲା ସଂକଟ ଲାଗି ରହିଛି। କ୍ଷତି ସହିଲେଣି ଟ୍ରକ୍ ମାଲିକ। ଋଣ କିସ୍ତି କେମିତି ଦେବେ ସେ ନେଇ ଚିନ୍ତାରେ ଅଛନ୍ତି ଟ୍ରକ୍ ମାଲିକ। କୋଇଲା ସଙ୍କଟ ଯୋଗୁଁ ଅନ୍ୟ ଶିଳ୍ପ ରୁଗ୍ଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ତାଳଚେର କୋଇଲା ଖଣି ସମସ୍ୟା ଥମିବାର ନାଁ ନେଉନି। ପୁଣିଥରେ ତାଳଚେରର ସମସ୍ତ କୋଇଲା ଖଣିକୁ ବନ୍ଦ କରିଛନ୍ତି ଭରତପୁର କୋଇଲା ଖଣିରେ ମୃତ ହୋଇଥିବା ଶ୍ରମିକଙ୍କ ପରିବାରରଲୋକ। କ୍ଷତିପୂରଣ ଏବଂ ସ୍ଥାୟୀ ନିଯୁକ୍ତିର ଆଶ୍ଵାସନା ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଦେଇନାହିଁ ଏମସିଏଲ । କେବଳ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫ ଲକ୍ଷ ଟଙ୍କା ସହାୟତା ଶ୍ରମ ମନ୍ତ୍ରୀ  ଆସି ମୃତକଙ୍କ ପରିବାରଙ୍କୁ ଭେଟି ଦେଇଛନ୍ତି।  କିନ୍ତୁ ଏପର୍ଯ୍ୟନ୍ତ ଏମସିଏଲ ପକ୍ଷରୁ କୌଣସି ସହାୟତା ଦିଆଯାଇନାହିଁ । ତେଣୁ ଖଣି ବନ୍ଦ କରିଛନ୍ତି ମୃତକଙ୍କ ପରବାର ଲୋକ। ସେପଟେ ପ୍ରତି ପରିବାରଙ୍କୁ ୩ କୋଟି ଟଙ୍କାର ସହାୟତା ସାଙ୍ଗକୁ ଜଣକୁ ସ୍ଥାୟୀ ଚାକିରୀ ଦାବି ରଖିଥିଲେ ନିଜେ ତାଳଚେର ବିଧାୟକ ଏବଂ ତାଳଚେର ସୁରକ୍ଷା ମଞ୍ଚ।

ସେପଟେ ଯେଭଳି ଭାବରେ ଏନଟିପିସିରେ କୋଇଲା ସଙ୍କଟ ଲାଗି ରହିଥିଲା ସେଭଳି ସଙ୍କଟ ଲାଗି ରହିଛି। ଏନଟିପିସିର ୬ଟି ୟୁନିଟ ରୁ ୩ ଟି ୟୁନିଟ ବନ୍ଦ ରହିଛି। ଉତ୍ପାଦନ ୩ ହଜାର ମେଗାୱାଟରୁ ଖସି ଏବେ ଏକ ହଜାର ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ସେପଟେ ଖଣି ବନ୍ଦ ଯୋଗୁଁ ୧୦ ହଜାର ଟ୍ରକ୍‌ର ଅଖଚକା ବନ୍ଦ। କ୍ଷତିରେ କେମିତି ଦେବେ ଋଣ କିସ୍ତି ସେନେଇ ଚିନ୍ତାରେ ଗାଡି ମାଲିକ।  ଅନ୍ୟ ପକ୍ଷରେ ଏ ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳ ଏମସିଏଲର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିବା ସହ ଖଣି ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସମସ୍ୟାର ସମାଧାନ ନ ହେଲେ, ଖଣିରେ ଅଚଳାବସ୍ଥା ଲାଗି ରହିଲେ ଏନଟିପିସି, ନାଲକୋ ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ସହ କ୍ଷୁଦ୍ର ଶିଳ୍ପରେ ଅଚଳାବସ୍ଥା ଲାଗି ରହିବ।

   Related Posts