Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ନେଲା ଆଉ ଜଣେ ପୋଲିସ ଅଧିକାରୀଙ୍କ ଜୀବନ, ତାଳପଟିଆ ଫାଣ୍ଡି ସବ୍ ଇନ୍ସପେକ୍ଟରଙ୍କ ପରଲୋକ

11/05/2021 at 10:34 AM

ଝାରସୁଗୁଡା ୧୧।୫: ଝାରସୁଗୁଡା ଜିଲ୍ଲାରେ ଜଣେ ପୋଲିସ ଅଧିକାରୀଙ୍କ ଜୀବନ ନେଲା କରୋନା । କୋଭିଡ୍ ପରିଚାଳନାରେ ଆଗଧାଡ଼ିରେ ରହି ଯୋଦ୍ଧା ଭାବେ କାମ କରୁ କରୁ ଆରପାରିକୁ ଚାଲିଗଲେ ପୋଲିସ ଅଧିକାରୀ । ତାଳପଟିଆ ଫାଣ୍ଡିରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର ସନ୍ତୋଷ କୁମାର ଦେହୁରୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଦୁଇ ଦିନ ତଳେ ଲକଡାଉନ୍ ଯୋଗୁଁ ଅମାନିଆଙ୍କୁ ଜଗିବା ଦାୟିତ୍ବରେ  ଥିବାବେଳେ ଅସୁସ୍ଥତା ଅନୁଭବ କରି ଛୁଟିରେ ଯାଇଥିଲେ ।

ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଆଣ୍ଟିଜେନ୍ ଟେଷ୍ଟରେ କରୋନା ପଜିଟିଭ ବାହାରିଥିଲା । ମାତ୍ର ଅଳ୍ପ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଅଧିକାରୀଙ୍କ ଅକାଳ ବିୟୋଗ ଯୋଗୁଁ ଜିଲ୍ଲା ପୋଲିସ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରିବାରକୁ ତୁରନ୍ତ କରୋନା ଯୋଦ୍ଧାର ସମ୍ମାନ ଦେଇ ସରକାରୀ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି ହୋଇଛି ।

   Related Posts