ବିଶ୍ବାସରେ ବିଷ ଦେଲା ସଂପର୍କୀୟ: ମାଆ ଦେହ ଖରାପ ବାହାନାରେ ସାତ ବର୍ଷର ଝିଅକୁ ଦୁଷ୍କର୍ମ

Published By : Prameya-News7 Bureau | December 24, 2019 IST

ଉତ୍ତରାଖଣ୍ଡ୨୪/୧୨: ମାଆ ଦେହ ଖରାପ। ମୁଁ ରାତିରେ ଏକା ଘରେ କେମିତି ରହିବି। ମୋତେ ଭୟ ଲାଗିବ। ଏମିତି ଗୋଟିଏ ପରେ ଗୋଟିଏ ବାହାନା କରି ଚାଲିଥିଲା କାହ୍ନା। କେବଳ ସାଙ୍ଗରେ ସାତ ବର୍ଷର ଝିଅକୁ ନେବା ପାଇଁ କାହ୍ନା ଏଭଳି ବାହାନା କରି ଚାଲିଥିଲା। ଶେଷରେ ଅଭିଯୁକ୍ତ କାହ୍ନା ନିଜ ଷଡ଼ଯନ୍ତ୍ର​‌ରେ ସଫଳ ହେଲା। ସାଙ୍ଗରେ ସାତ ବର୍ଷର ଝିଅକୁ ନେଇଗଲା। ଘରେ ପହଞ୍ଚିବା ପରେ ସାତ ବର୍ଷର ଝିଅ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା କାହ୍ନା। ଦୁଷ୍କର୍ମର ପରଦିନ ଅଚାନକ ପୀଡ଼ିତା ଅସୁସ୍ଥ ହୋଇ ପଡ଼ିଥିଲେ। ଝିଅର କ’ଣ  ହେଇଛି,। ସେ କାହିଁକି ଏମିତି ହେଉଛି। ଏ ସଂପର୍କରେ ପୀଡ଼ିତାଙ୍କ ମାଆ ତାଙ୍କୁ ପଚାରିଥିଲେ। ବୟସ କମ୍‌ ହେତୁ ଠିକ୍ ଭାବେ ପୀଡ଼ିତା କହି ପାରି ନ ଥିଲେ। ଶେଷରେ ପୀଡ଼ିତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପୀଡ଼ିତାଙ୍କୁ ଡାକ୍ତର ଦେଖିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ଉତ୍ତରାଖଣ୍ଡର ଦିନେଶପୁର ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ପୀଡ଼ିତାଙ୍କ ମାଆଙ୍କ କହିବା ଅନୁସାରେ ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁବକ ତାଙ୍କ ଘରେ ପହଞ୍ଚିଥିଲା। ତାର ମାଆ ଦେହ ଖରାପ ଅଛି ବୋଲି ସାଙ୍ଗରେ ସାତ ବର୍ଷର ଝିଅକୁ ନେଇ ଚାଲି ଯାଇଥିଲା। ପୂର୍ବରୁ ପୀଡ଼ିତାଙ୍କ ଘରକୁ ଅଭିଯୁକ୍ତ ଯୁବକ ଯିବା, ଆସିବା କରୁଥିଲା। ପୀଡ଼ିତାଙ୍କୁ ଡାକ୍ତର ଦେଖିବା କହିଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି। କିଏ ତାଙ୍କ ସହ ଦୁଷ୍କର୍ମ କରିଛି ବୋଲି ପୀଡ଼ିତାଙ୍କୁ ପଚାରା ଯାଇଥିଲା। ପୀଡ଼ିତା ଅଭିଯୁକ୍ତ କାହ୍ନା ନାଁ କହିଥିଲେ। ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ପୀଡ଼ିତାର ମାଆ ଥାନାରେ ଅଭିଯୁକ୍ତ ଯୁବକ ନାଁରେ ଏଫଆଇଆର ଦେଇଥିଲେ। ବିଭିନ୍ନ ଧାରାରେ ପୋଲିସ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଛି।

ପୀଡ଼ିତାଙ୍କ ମାଆ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ ବିଳମ୍ବିତ ରାତିରେ ତାଙ୍କର ଜଣେ ସଂପର୍କୀୟ ଯୁବକ ଘରକୁ ଆସିଥିଲା। ତା'ର ମାଆଙ୍କ ଦେହ ଖରାପ ହୋଇଛି କହି ସାତ ବର୍ଷର ଝିଅକୁ ସାଙ୍ଗରେ ନେଇ ଚାଲି ଯାଇଥିଲା। ଘରେ ପହଞ୍ଚିବା ପରେ ସାତ ବର୍ଷର ଛୋଟ ଝିଅ ସହ ଅଭିଯୁକ୍ତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ପୁଣି ରାତିରେ ନାବାଳିକା ପୀଡ଼ିତା ଘରକୁ ଫେରି ଆସିଥିଲେ। ଠିକ୍ ଗୋଟେ ଦିନ ପରେ ନାବାଳିକାଙ୍କ ଦେହ ଖରାପ ହୋଇଥିଲା। ଏହା ପ​‌ରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.