Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଏହି ଡାଲି ଖାଇଲେ ଚୁଟି ଝଡିବା ବନ୍ଦ ହେବା ସହ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ, ମିଳେ କ୍ୟାଲସିୟମ, ଆଇରନ, ପ୍ରୋଟିନ, କାର୍ବୋହାଇଡ୍ରଟ୍ ଓ ଭିଟାମିନ୍

14/10/2019 at 7:23 PM

ପ୍ରତ୍ୟେକ ମଣିଷ ନିଜ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହେବା ଉଚିତ୍‌। ଅଧିକାଂଶ ସମୟରେ ଦେଖି ଥିବେ ସକାଳୁ ଉଠି ବ୍ରଶ କରିବା ପରେ ଗଜା ମୁଗ ଖାଆନ୍ତି। ଏହି ଗଜା ମୁଗ ଶରୀର ପାଇଁ ବେଶ ଲାଭ ଦାୟକ ହୋଇଥାଏ। ମୁଗ ଗଜା ଖାଇଲେ ସେଥିରୁ ପୋଷକ ତତ୍ବ, କ୍ୟାଲସିୟମ , ଆଇରନ, ପ୍ରୋଟିନ, କାର୍ବୋହାଇଡ୍ରଟ୍‌ ଓ ପୋଟ୍ରିନ ଓ ଭିଟାମିନ୍‌ ମିଳିଥାଏ। ସକାଳୁ ଅସୁସ୍ଥ ଲୋକ ଗଜାମୁଗ ଖାଇଲେ ଶରୀରକୁ ଶକ୍ତି ମିଳେ। ଖାଲି ପେଟରେ ଗଜାମୁଗର ଡାଲି ଖାଇଲେ କି କି ପ୍ରକାର ଲାଭ ମିଳିଥାଏ ଆସନ୍ତୁ ଜାଣିବା ।

୧- ମୁଗ ଡାଲିରେ ଏମିତି ଗୁଣ ଅଛି ଯାହା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିସହ ରୋଗ ସହ ମୁକାବିଲା କରିବା ଲାଗି ଶରୀରକୁ ଶକ୍ତି ଯୋଗାଇଥାଏ। ମୁଗରେ ଆଣ୍ଟି- ମାଇକ୍ରୋବିୟଲ ଓ ଆଣ୍ଟି- ଇନଫ୍ଲାମାଟୋରୀ ଗୁଣ ଥିବା ଯୋଗୁଁ ଶରୀରର ଇମ୍ୟୁନିଟି ଶକ୍ତି ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।

୨- ଚୁଟି ଝଡିବା ସମସ୍ୟା ହେଉଥିଲେ ଗଜା ମୁଗା ଖାଆନ୍ତୁ। ଏହାଦ୍ବାରା ଚୁଳ ଝଡିବା ସମସ୍ୟା ରହିବ ନାହିଁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ମିଳିଥାଏ। ଗଜା ମୁଗ ଖାଇଲେ ଶରୀର ରକ୍ତ ସଂଞ୍ଚାଳନ ମଧ୍ୟ ଠିକ୍‌ ଭାବରେ ହୋଇଥାଏ। ଶାଗ, ପନି ଓ ପରିବାରୁ ମିଳୁଥିବା ଏନଜାଇମ୍‌ରୁ ୧୦୦ଗୁଣ ଅଧିକ ଗଜା ମୁଗାରୁ ମିଳିଥାଏ।

୩- ଓଜନ ହ୍ରାସ କରିବାରେ ମଧ୍ୟ ଗଜାମୁଗ ବେଶ ସାହାଯ୍ୟ କରିବା ସହ ମୁହଁକୁ ହାଇଡ୍ରେଟ୍‌ ରଖିଥାଏ।

୪- ମୁଗ ଡାଲିରେ ଏମିନୋ ଏସିଡ୍‌ସ୍ ଭଳି ପଲିଫେନୋଲସ୍‌ ଓ ଅଲିଗୋସେକେରାଇଡ୍‌ସ ତତ୍ବ ମିଳିଥାଏ। ଶରୀରରେ କ୍ୟାନସର ଭଳି ମାରାତ୍ମକ ରୋଗରେ ହେବାରୁ ଗଜାମୁଗା ସାହାଯ୍ୟ କରିଥାଏ।

   Related Posts