ବଡ ମେଡିକାଲରେ ଅଲଟ୍ରାସାଉଣ୍ଡ ଓ ଏକ୍ସ-ରେ ପାଇଁ ନିଆଯାଉଛି ଲାଞ୍ଚ, ଅଭିଯୋଗ ପରେ ଆକ୍ସନ

Published By : Prameya-News7 Bureau | October 12, 2021 IST

ବ୍ରହ୍ମପୁର ୧୨/୧୦: ବ୍ରହ୍ମପୁର ବଡ ମେଡିକାଲରେ ଅଲଟ୍ରାସାଉଣ୍ଡ୍ ଏବଂ ଏକ୍ସରେ ପାଇଁ ଲାଞ୍ଚ ନିଆଯାଉଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ହରିଡାଖଣ୍ଡି ଅଞ୍ଚଳର ଜୈନିକ ରୋଗୀଙ୍କ ପାଇଁ ସର୍ଜରୀ ବିଭାଗ ୟୁନିଟ୍ - ୫ରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ଅଲଟ୍ରାସାଉଣ୍ଡ୍ ଏବଂ ଏକ୍ସରେ ପାଇଁ କହିଥିଲେ ।

ରୋଗୀଙ୍କ ସଂପର୍କୀୟ ରେଡିଓଲୋଜି ବିଭାଗକୁ ଯାଇଥିବା ବେଳେ କାର୍ଯ୍ୟରତ କେତେକ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ୭୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ମେଡିକାଲ ସୁପରିଟେଣ୍ଡେଣ୍ଟ୍ ତଦନ୍ତ କରି ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀ ଏବଂ ସିକ୍ୟୁରିଟି ଗାର୍ଡକୁ କାର୍ଯ୍ୟରୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.