Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବର ଏୟାରପୋର୍ଟ କଷ୍ଟମ ବିଭାଗ ବିରୋଧରେ ଲାଞ୍ଚ ନେବା ଅଭିଯୋଗ

17/04/2019 at 2:48 PM

ଭୁବନେଶ୍ବର ୧୭।୪: ଭୁବନେଶ୍ବର ଏୟାରପୋର୍ଟ କଷ୍ଟମ ବିଭାଗ ବିରୋଧରେ ଅଭିଯୋଗ ହୋଇଛି । ବ୍ୟାଙ୍କକରୁ ସୁନା ନେଇ ଆସିଥିବା ଯାତ୍ରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗ ହୋଇଛି । ଲାଞ୍ଚ ନେଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଛନ୍ତି ଉଚ୍ଚ କର୍ତ୍ତୃପକ୍ଷ ।

ସୂଚନା ଅନୁସାରେ କୁପୁସ୍ବାମୀ ନାଗରାଜନ ବ୍ୟାଙ୍କକରୁ ବିମାନ ଏଫଡି ୧୧୨ରେ ଆସି ଭୁବନେଶ୍ବର ବିମାନବନ୍ଦରରେ ଓହ୍ଲାଇଥିଲେ । କଷ୍ଟମ ବିଭାଗ ଯାଞ୍ଚ ବେଳେ ସେ ସୁନା ନେଇ ଆସିଥିବାରୁ ତାଙ୍କୁ ୫ହଜାର ଟଙ୍କା ଦେବା ପାଇଁ କହିଥିଲେ । ସେ କାଗଜପତ୍ର ଦେଖାଇବା ପରେ ବି ଶୁଣିନଥିଲେ କଷ୍ଟମ ବିଭାଗ । ତାଙ୍କଠାରୁ ୫ହଜାର ଟଙ୍କା ନେଇଥିଲେ । ପରେ ସେ ସେଠାରେ ପାଟିତୁଣ୍ଡ କରିବାରୁ ତାଙ୍କୁ ଟଙ୍କା ଫେରସ୍ତ କରାଯାଇଥିଲା । ଲାଞ୍ଚ ନେଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କଷ୍ଟମ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

   Related Posts