ଶ୍ରାବଣ ମାସରେ ଏହି ସବୁ ଜିନିଷ ଆଣନ୍ତୁ ଘରକୁ : ଏହାପରେ ଦେଖନ୍ତୁ ଚମତ୍କାର
13/07/2019 at 4:09 PM

ଆପଣ ସମସ୍ତେ ଭଲ ଭାବେ ଜାଣନ୍ତି ଯେ ଶ୍ରାବଣ ମାସ ଭଗବାନ ଶିବଙ୍କ ପବିତ୍ର ମାସ କୁହାଯାଇଛି। ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ସବୁ ଜାଗାରେ ଶିବଙ୍କ ନାଁରେ ଜୟ ଜୟକାର ଶୁଣିବାକୁ ମିଳିଥାଏ। ସମସ୍ତ ଭକ୍ତ ଏହି ମାସରେ ଶିବଙ୍କ ପୂଜା ଅର୍ଚ୍ଚନା କରି ତାଙ୍କୁ ପ୍ରସନ୍ନ କରିବାକୁ ଉଦ୍ୟମ କରିଥାଆନ୍ତି। କୁହାଯାଏ ଯଦି ଭଗବାନ ଶିବ ଯଦି କୈାଣସି ଭକ୍ତଙ୍କ ପୂଜା ଦ୍ବାରା ଖୁସି ହୋଇଥାଆନ୍ତି ତେବେ ତାଙ୍କର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଏପରି ମଧ୍ୟ କୁହାଯାଇଥାଏ ଯେ ଯଦି ବ୍ୟକ୍ତି ଶ୍ରାବଣ ମାସରେ ଭଗବାନ ଶିବଙ୍କର ଯେକୈାଣସି ପ୍ରିୟ ବସ୍ତୁ ଘରକୁ ଆଣିଥାଆନ୍ତି ତେବେ ତାଙ୍କ ଉପରେ ସବୁବେଳେ ଭଗବାନ ଶିବଙ୍କ କୃପା ରହିଥାଏ। ଏହା ସହିତ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୧.ରୁଦ୍ରାକ୍ଷ : ଗ୍ରନ୍ଥରେ ରୁଦ୍ରାକ୍ଷକୁ ସବୁଠୁ ପବିତ୍ର ଏବଂ ଶୁଭ କୁହାଯାଇଛି। କୁହାଯାଏ ଏହାକୁ ଘରେ ରଖିଲେ ଅତି ଶୀଘ୍ର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିଥାଏ। ଘରେ ସୁଖ ସମୃଦ୍ଧି ଏବଂ ଭାଗ୍ୟ ବଦଳିଥାଏ।

୨.ଡମ୍ବରୁ : ଭଗବାନ ଶିବଙ୍କ ସବୁଠୁ ପ୍ରିୟ ବାଦ୍ୟଯନ୍ତ୍ର ହେଉଛି ଡମ୍ବରୁ। ଯଦି ଆପଣ ଶ୍ରାବଣ ମାସ ପୂର୍ବରୁ ଡମ୍ବରୁ ଆଣିବେ ଏବଂ ଶ୍ରାବଣ ମାସର ଶେଷ ଦିନ ଏହି ଡମ୍ବରୁକୁ ଆପଣ କୈାଣସି ପିଲାକୁ ଉପହାର ସ୍ବରୂପ ଦେଉଛନ୍ତି ତେବେ ଆପଣଙ୍କ ପରିବାରରେ ସୁଖ ଶାନ୍ତି ଭରି ରହିବ।

୩.ନନ୍ଦି : ଯଦି ଆପଣ ଶ୍ରାବଣ ମାସ ପୂର୍ବ ଦିନ ଚାନ୍ଦିରେ ହୋଇଥିବା ନନ୍ଦିକୁ ନିଜ ଘରେ ଆଣନ୍ତି ଏବଂ ପୂରା ମାସ ନନ୍ଦି ଗାଈଙ୍କ ପୂଜା କରିବେ ତେବେ ଆପଣଙ୍କ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ।

୪.ନାଗ ଏବଂ ନାଗୁଣୀ : କୁହାଯାଏ ଯଦି ଆପଣ ଘରେ ଶ୍ରାବଣ ମାସ ପୂର୍ବ ଦିନ ନାଗ,ନାଗୁଣୀ ଯୋଡ଼ା ଆଣନ୍ତି ଏବଂ ପ୍ରତିଦିନ ଏମାନଙ୍କୁ ନିୟମିତ ପୂଜା କରିବେ ଏବଂ ଶ୍ରାବଣ ମାସର ଶେଷ ଦିନ ଯେକୈାଣସି ଶିବ ମନ୍ଦିରରେ ଏହାକୁ ରଖି ଦିଅନ୍ତି ତେବେ ଆପଣଙ୍କୁ କାଳସର୍ପ ଯୋଗରୁ ମୁକ୍ତି ମିଳିବ।

୫. ତ୍ରିଶୂଳ : ଭଗବାନ ଶିବଙ୍କ ତ୍ରିଶୂଳ ବହୁତ ଶୁଭ କୁହାଯାଇଥାଏ। ଯଦି ଆପଣ ଶ୍ରାବଣ ମାସରେ ତ୍ରିଶୂଳ ନେଇ ଆସନ୍ତି ତେବେ ବର୍ଷ ସାରା ପରିବାର ଲୋକଙ୍କୁ ସବୁ ପ୍ରକାର ବିପତ୍ତିରୁ ସୁରକ୍ଷା ମିଳିଥାଏ।

୬.ଚାନ୍ଦିର ବେଲପତ୍ର : ଶ୍ରାବଣ ମାସରେ ଚାନ୍ଦିରେ ନିର୍ମିତ ହୋଇଥିବା ବେଲପତ୍ର ନିଜ ଘରେ ଆଣି ଶିବଙ୍କୁ ଅର୍ପିତ କରିବେ ତେବେ ଆପଣଙ୍କ ସମସ୍ତ ପାପ ନାଶ ହୋଇଥାଏ।