ନୂଆ ବର୍ଷରେ ନିଅନ୍ତୁ ୪ଟି ବଡ଼ ନିଷ୍ପତ୍ତି, ଆପଣଙ୍କ ଆର୍ଥିକ କ୍ଷମତା ହେବ ମଜବୁତ୍

Published By : Prameya-News7 Bureau | January 01, 2020 IST

ନୂଆଦିଲ୍ଲୀ୧/୧: ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆର୍ଥିକ କ୍ଷମତାକୁ ମଜବୁତ୍‌ ରହିବା ନିହାତି ଆବଶ୍ୟକ। ସେଥିପାଇଁ ନୂଆ ବର୍ଷରେ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତିି ନିଅନ୍ତୁ। ନିଜର ଆର୍ଥିକସ୍ଥିତି ସୁଦୃଢ଼ କରିବା ପାଇଁ କ’ଣ କରିବେ?

{"id":205473,"sizeSlug":"large"}

ଦୈନନ୍ଦିନ ଜୀବନରେ କେତେବେଳେ ଓ କେଉଁ ପରିସ୍ଥିତିରେ କାହାର କ’ଣ ହେବା ତାହା କେହି କହି ପାରିବେ ନାହିଁ। ଯଦି କୌଣସି ସମୟରେ ପରିବାର ଉପରକୁ ବିପଦ ମାଡ଼ି ଆସେ ତେବେ ଜରୁରୀକାଳୀନ ଫଣ୍ଡ ନିଶ୍ଚିତ ସାହାଯ୍ୟ କରିବ। ତେଣୁ ମାସିକ ଘର ଖର୍ଚ୍ଚ ବ୍ୟତୀତ ଏହି ଜରୁରୀକାଳୀନ ଫଣ୍ଡ ଆପଣଙ୍କ ଇଏମଆଇ, ବୀମା ଓ ପ୍ରିମିୟମର ଆଦିର ଛଅଗୁଣା ହେବା ଦରକାର। ଯାହାଫଳରେ ଜରୁରୀକାଳୀଳ ପରିସ୍ଥିତିରେ ଜରୁରୀକାଳୀନ ଫଣ୍ଡ ସାହାଯ୍ୟ କରିବ।

{"id":205474,"sizeSlug":"large"}

ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଲକ୍ଷ୍ୟକରି ଟର୍ମ ଓ ସ୍ବାସ୍ଥ୍ୟ ବୀମାରେ ପୁଞ୍ଜି ନିବେଶ କରିବା ଉଚିତ୍‌।  ଟର୍ମ ବୀମା ଆପଣଙ୍କ ବାର୍ଷିକ ଆୟର  ୧୫ଗୁଣା ହେବା ଦରକାର। ଏହି ପଲିସି ଆପଣଙ୍କ ପରିବାରକୁ ନିଶ୍ଚିତ ସୁରକ୍ଷା ଯୋଗାଇବ।  ଏହି ପ୍ରିମିୟମରେ ୮୦ସି ଆଧାରରେ ଆୟକର ରିହାତି ମିଳିବ। ପରିବାରର କାହାର ଦେହ ଖରାପ ହେଲେ ଏହି ପଲିସିର ଫାଇଦା ଉଠାଇ ପାରିବେ।

{"id":205475,"sizeSlug":"large"}

ଘର ତିଆରି କରିବା,ଗାଡ଼ି କିଣିବା, ଜାଗା କିଣିବା ଓ ପିଲାମାନଙ୍କ ଉଚ୍ଚ ଶିକ୍ଷାକୁ ଲକ୍ଷ୍ୟ କରି ଆପଣଙ୍କ ମାସିକ ଆୟର କିଛି ଭାଗ ନିବେଶ କରନ୍ତୁ। କିଛି ବର୍ଷ ପାଇଁ ଟଙ୍କା ନିବେଶ କଲେ ଆପଣ ନିଶ୍ଚିତ ଲକ୍ଷ୍ୟ ହାସଲ କରି ପାରିବେ। ଯଦି କୌଣସି ଲକ୍ଷ୍ୟ ନେଇ ପୁଞ୍ଜି ନିବେଶ କରିବାକୁ ଚାହୁଥିଲେ ଇକ୍ବିଟିରେ କରନ୍ତୁ। ଏଥିରେ ଆପଣଙ୍କୁ ଡବଲ ଫାଇଦା ମିଳିବ।

{"id":205476,"sizeSlug":"large"}

ପରିବାରର ଜଞ୍ଜାଳ ଓ କର୍ମମୟ ଜୀବନରେ ଜଣେ ବ୍ୟକ୍ତି ଏତେ ବ୍ୟସ୍ତ ରହେ ଯେ ନିଜ କଥା ବୁଝିବା ବହୁତ କଷ୍ଟକର ହୋଇପଡ଼ିଥାଏ। ପିଲାଙ୍କ ପାଠ ପଢ଼ା, ଘର ତିଆରି କରିବା, ଗାଡ଼ି କିଣିବ ଓ ପରିବାର ଲୋକଙ୍କ କଥା ବୁଝିବାରେ ସମୟ ଅତିବାହିତ ହୋଇଯାଇଥାଏ । ତେଣୁ ଚାକିରି କାର୍ଯ୍ୟକାଳ ଶେଷ ହେବାପରେ ବୃଦ୍ଧ ଅବସ୍ଥାରେ ଘରେ ରହିବାକୁ ପଡ଼େ। ସେତେବେଳେ ଘର ଚଳାଇବା ବହୁତ କଷ୍ଟକର ହୋଇପଡ଼େ। ତେଣୁ ଚାକିରି କାଳ  ସମୟରେ ପେନ୍‌ସନରେ ନିଜ ନାଁକୁ ଅନ୍ତର୍ଭୁକ୍ତ କରିବା ଉଚିତ୍। କିମ୍ବା ପେନ୍‌ସନ ସହ ଜଡିତଥିବା କୌଣସି ପଲିସିର କିଛି କିଛି ଟଙ୍କା ନିବେଶ କରିବା ଉଚିତ୍‌। ଯାହାଫଳରେ ଚାକିରି ଯିବା ପରେ ଆପଣ ଖୁସିରେ ଜୀବନ ଅତିବାହିତ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.