Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଗାଧୋଇବା ପୂର୍ବରୁ ପାଣିରେ ମିଶାନ୍ତୁ ୨ଚାମଚ ଲୁଣ : ଜାଣନ୍ତୁ କାହିଁକି?

28/03/2019 at 3:17 PM

ଲୁଣ ବିନା ଖାଇବାରେ ସ୍ବାଦ ଆସିନଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଚିମୁଟାଏ ଲୁଣ ଆପଣଙ୍କ ସ୍ବାସ୍ଥ୍ୟ ଏବଂ ତ୍ବଚା ସମସ୍ୟାକୁ ଦୂର କରିବାରେ ଲାଭଦାୟକ ହୋଇଥାଏ। ଗାଧୁଆ ପାଣିରେ ଲୁଣ ମିଶାଇ ଗାଧୋଇଲେ ଆପଣ ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଗୋଟିଏ ବାଲଟି ନଖ ଉଷୁମ ପାଣିରେ ୨ଚାମୁଚ ସୈନ୍ଧବ ଲବଣ,୧ଚାମୁଚ ନଡ଼ିଆ ତେଲ ମିଶାଇ ଏହି ପାଣି​‌ରେ ଗାଧାନ୍ତୁ। ଏହି ପାଣିରେ ଆପଣ ସକାଳେ ଏବଂ ସନ୍ଧ୍ୟାରେ ଗାଧୋଇ ପାରିବେ। ଏହା ଫଳରେ ଆପଣଙ୍କୁ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ।

୧.ଜ୍ବରରୁ ମୁକ୍ତି : ଜ୍ବର ହେଲେ ଆମେ ଔଷଧ ଖାଇଥାଉ କିନ୍ତୁ ଆପଣ ଚାହିଁଲେ ଲୁଣ ମିଶା ପାଣିରେ ଗାଧୋଇଲେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏହା ଦ୍ବାରା ଶରୀରରେ କୈାଣସି ପ୍ରକାରର ସଂକ୍ରମଣ ହୋଇନଥାଏ। ଏହା ସହିତ ଜ୍ବର,ଥଣ୍ଡା ଏବଂ କାଶ ହୋଇନଥାଏ।

୨.ମାଂସପେଶୀ ଜନିତ ଯନ୍ତ୍ରଣାରୁ ମୁକ୍ତି: ଯଦି ଆପଣ ମାଂସପେଶୀ ଜନିତ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଲୁଣ ମିଶା ପାଣିରେ ଗାଧୋଇଲେ ଏଥିରୁ ମୁକ୍ତି ମିଳିବ। ଏହା କ୍ୟାଲସିୟମ୍ ଅଭାବକୁ ଦୂର କରିଥାଏ ଏବଂ ହାଡ଼,ନଖ ମଜବୁତ କରିଥାଏ।

୩.କୁଣ୍ଡିଆଜନିତ ରୋଗରୁ ମୁକ୍ତି: ଗ୍ରୀଷ୍ମଦିନରେ କୁଣ୍ଡିଆ ଏକ ସାଧାରଣ ସମସ୍ୟା ହୋଇଥାଏ। ଏପରି ପରିସ୍ଥିତିରେ କୈାଣସି କ୍ରିମ୍ କିମ୍ବା ଲୋସନ୍ ବ୍ୟବହାର ନ କରି ଲୁଣ ମିଶା ପାଣିରେ ଗାଧାନ୍ତୁ। ଏହା ଦ୍ବାରା କୁଣ୍ଡିଆ ସମସ୍ୟା ଦୂର ହେବା ସହ ଭଲ ନିଦ ହେବ।

୪.ମାନସିକ ଚିନ୍ତା ଦୂର କରିଥାଏ: ଲୁଣ ମିଶା ପାଣିରେ ଗାଧୋଇଲେ ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଘଟିଥାଏ। ଯଦି ଆପଣ ସବୁବେଳେ ମାନସିକ ଅବସାଦଗ୍ରସ୍ତ ରହୁଛନ୍ତି ତେବେ ଲୁଣ ମିଶା ପାଣିରେ ଗାଧାନ୍ତୁ। ଏହା ଦ୍ବାରା ଆପଣଙ୍କୁ ଶାନ୍ତି ମିଳିବ।

୬.ତ୍ବଚାରେ ଚମକ ଆସିବ : ଏହି ପାଣିରେ ପ୍ରଚୁର ପରିମାଣରେ ମିନେରାଲସ ଏବଂ ପୋଷକ ତତ୍ତ୍ବ ମିଶି ରହିଥାଏ ଯାହା ଦ୍ବାରା ତ୍ବଚାରେ ଚମକ ଆସିଥାଏ। ମ୍ୟାଗ୍ନେସିୟମ୍,କ୍ୟାଲସିୟମ,ବ୍ରୋମାଇଡ,ସୋଡ଼ିୟମ୍ ଭଳି ମିନେରାଲସ୍ ତ୍ବଚାର ଲୋମକୂପରେ ପ୍ରବେଶ କରିଥାଏ ଏବଂ ତ୍ବଚାକୁ ସୁସ୍ଥ ଏବଂ ଚମକଦାର କରିଥାଏ।

୭.ତ୍ବଚାକୁ ବିଶାକ୍ତ ହୀନ କରିଥାଏ: ଲୁଣ ମିଶା ପାଣିରେ ଗାଧୋଇଲେ ତ୍ବଚାରୁ ବିଷାକ୍ତ ଜିନିଷ ବାହାରିଯାଇଥାଏ। ଏହି ପାଣି ତ୍ବଚାର ଲୋମକୂପକୁ ଖୋଲିଥାଏ। ଏଥିରେ ଥିବା ମିନେରାଲ୍ସ ତ୍ବଚା ଭିତରେ ଯାଇ ସ୍ବଚ୍ଛ କରିଥାଏ। ଶରୀରରୁ ବିଷାକ୍ତ ଜିନିଷ ଏବଂ ବ୍ୟାକ୍ତେରିଆ ବାହାରି ଯାଇ ତ୍ବଚାକୁ ବିଷାକ୍ତହୀନ କରିଥାଏ।

୮. ଅମ୍ଳପିତ୍ତରୁ ମୁକ୍ତି: ଅମ୍ଳପିତ୍ତ ଏକ ଏପରି ସମସ୍ୟା ଯାହା ଅଧିକାଂଶ ଲୋକଙ୍କୁ ହୋଇଥାଏ। ଲୁଣ ମିଶା ପାଣିରେ କ୍ଷାର ଗୁଣ ଥିବା ହେତୁ ଏହା ଅମ୍ଳର ମାତ୍ରାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଯାହା ଦ୍ବାରା ଅମ୍ଳପିତ୍ତ ସମସ୍ୟା ଦୂର ହୋଇଥାଏ।

୯.ତ୍ବଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ: ଚର୍ମକୁ ମଇଶ୍ଚରାଇଜ କରିବା ଅତ୍ୟନ୍ତ ଜରୁରୀ କାରଣ ଏହା ଦ୍ବାରା ତ୍ବଚାର ଆର୍ଦ୍ରତା କମିଯାଇଥାଏ ଏବଂ ଏହା ଶୁଷ୍କ ହୋଇଯାଇଥାଏ। ତ୍ବଚା ଶୁଷ୍କ ନହେବା ପାଇଁ ଲୁଣ ମିଶା ପାଣିରେ ଗାଧୋଇବା ସବୁଠୁ ଭଲ ଉପାୟ ରହିବ। କାରଣ ଏଥିରେ ଥିବା ମ୍ୟାଗ୍ନେସିୟମ୍ ପାଣିକୁ ଅଧିକ ସମୟ ଯାଏଁ ରଖିଥାଏ ଏବଂ କୋଶିକାରେ ବୃଦ୍ଧି ଘଟିଥାଏ।

୧୦.ଆଣ୍ଠୁ ଗଣ୍ଠି ବ୍ୟଥାରୁ ମୁକ୍ତି: ଲୁଣ ମିଶା ପାଣିରେ ଗାଧୋଇବାର ସବୁଠୁ ବଡ଼ ଫାଇଦା ହେଉଛି ଆଣ୍ଠୁ ଗଣ୍ଠି ବ୍ୟଥାରୁ ଉପଶମ ମିଳିଥାଏ ଏବଂ ଆର୍ଥରାଇଟିସ୍ ସମସ୍ୟାରୁ ମୁକ୍ତି ମିଳିଥାଏ।              

   Related Posts