ଖାଲି ପେଟରେ ରସୁଣ ଖାଇବା ଦ୍ବାରା ଏହିଭଳି ଭୟଙ୍କର ରୋଗରୁ ମୁକ୍ତି ମିଳିଥାଏ, ଜାଣନ୍ତୁ

Published By : Prameya-News7 Bureau | August 03, 2019 IST

ଦୈନନ୍ଦିନ ଜୀବନରେ ଆମେ ରସୁଣକୁ ଖାଦ୍ୟ ପଦାର୍ଥ ସହ ବ୍ୟବହାର କରିଥାନ୍ତି। ହେଲେ ରସୁଣ ଖାଲି ପେଟରେ ଖାଇଲେ ଏହା ଆୟୁର୍ବେଦିକ ଔଷଧଭଳି କାମ କରିଥାଏ। ରସୁଣ ଶରୀର ରୋଗ ପ୍ରତିଶୋଧକ ବୃଦ୍ଧି କରିଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ବାରା ଆମ ଶରୀର ଥିବା ବଡ ବଡ ରୋଗ କୁଆଡ଼େ ଗାୟବ ହୋଇଯାଇଥାଏ। ଆସନ୍ତୁ ଜାଣିବା ଖାଲି ପେଟରେ ରସୁଣ ଖାଇଲେ କଣ ଲାଭ ମିଳିଥାଏ।

୧- ଯେଉଁ ବ୍ୟକ୍ତିଙ୍କ ପାଖରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଥାଏ। ସେହି ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ରସୁଣ ସେବନ କରିବା ଉଚିତ୍। ଏହା ଶରୀର ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିଥାଏ। ରସୁଣ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

୨- ଖାଲି ପେଟରେ ରସୁଣ ଖାଇବା ଦ୍ବାରା ଶରୀର କଲେ​‌େ​‌​ଷ୍ଟ୍ରାଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

୩- ରସୁଣ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ବଢ଼ାଇଥାଏ। ଶରୀରକୁ ମାଡି ବସୁଥିବା ରୋଗରୁ ମୁକ୍ତି ଦେଇଥାଏ।

୪- ରସୁଣ ଶରୀର ଥିବା ବିଷାକ୍ତ ପଦାର୍ଥକୁ ସଫା କରିଥାଏ। ଏହାସହ ଶରୀର ଥିବା ହାନିକାରକ ବ୍ୟାକ୍ଟେରିଆକୁ ମଧ୍ୟ ରସୁଣ ଦୂର କରିଥାଏ।

୫- ରସୁଣ ଖାଇବା ଦ୍ବାରା ହୃଦଘାତକ ଭଳି ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.