Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଗଙ୍ଗା ଦଶହରାରେ ଏହିମନ୍ତ୍ର ସହ କରନ୍ତୁ ସ୍ନାନ: କାଲି କୁମ୍ଭ ରାଶିରେ ହେବ ବଡ ପରିବର୍ତ୍ତନ, ପ୍ରଭାବିତ ହେବେ ସବୁ ରାଶି

19/06/2021 at 8:06 PM

ଭୁବନେଶ୍ୱର ୧୯/୦୬ : ହିନ୍ଦୁ ପାଞ୍ଜି ଅନୁଯାୟୀ, ଜୁନ୍ ୨୦ ତାରିଖ, ରବିବାର ଦିନ ହେଉଛି ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଦଶମୀ ତିଥି। ଏହି ଦିନ ଗଙ୍ଗା ଦଶହରା ପର୍ବ ପଡୁଛି। ଏହି ଦିନ ମାତା ଗଙ୍ଗା ପୃଥିବୀକୁ ଓହ୍ଲାଇଥିଲେ ବୋଲି କୁହାଯାଏ। ସେଥିପାଇଁ ଏହି ଦିନକୁ ଗଙ୍ଗା ଦଶହରା ରୂପେ ପାଳନ କରାଯାଏ।
ଜୁନ ୨୦ ତାରିଖରେ ଏକ ବଡ ଦିବ୍ୟ ଘଟଣା ମଧ୍ୟ ଘଟିବାକୁ ଯାଉଛି। ନବଗ୍ରହ ମଧ୍ୟରେ ବୃହସ୍ପତି ବୃହତ୍ତମ ଗ୍ରହର ମାନ୍ୟତା ପାଇଛନ୍ତି। ଏହି ଦିନ ଗୁରୁ ଅର୍ଥାତ୍ ବୃହସ୍ପତି କୁମ୍ଭରେ ବକ୍ରୀ ହେବେ। ବର୍ତ୍ତମାନ ଗୁରୁ କୁମ୍ଭରେ ହିଁ ବିରାଜମାନ କରିଛନ୍ତି।
ଶୁଭ ମୁହୂର୍ତ୍ତ –
ଜୁନ ୧୯ ତାରିଖ ଶନିବାର ସନ୍ଧ୍ୟା ୬ଟା ୫୦ ମିନିଟରେ ଦଶମୀ ତିଥି ଆରମ୍ଭ ହୋଇଛି। ଜୁନ ୨୦ ତାରିଖ ରବିବାର ସନ୍ଧ୍ୟା ୪ଟା ୨୫ ମିନିଟରେ ଦଶମୀ ତିଥି ସମାପ୍ତ ହେବ।
ଗଙ୍ଗା ଦଶହରା ଦିନ ସ୍ନାନ ମନ୍ତ୍ର – ଗଙ୍ଗା ଦଶହରା ଦିନ ସ୍ନାନ ଓ ଦାନର ବିଶେଷ ମହତ୍ତ୍ୱ ରହିଛି। ବର୍ତ୍ତମାନ ସାରା ଦେଶରେ କରୋନା ସଙ୍କଟ ଲାଗି ରହିଛି। ସେଥିପାଇଁ କୌଣସି ପବିତ୍ର ନଦୀରେ ସ୍ନାନ କରିବା ସମ୍ଭବ ନୁହେଁ। ସେଥିପାଇଁ ସକାଳୁ ଉଠି ଘରେ ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରିପାରିବେ। ଏହି ଦିନ ଏହି ମନ୍ତ୍ର ସହ ସ୍ନାନ କରିବା ଉତ୍ତମ ବୋଲି କୁହାଯାଇଛି।
“ଗଙ୍ଗେ ଚ ୟମୁନେ ଚେୱ ଗୋଦାବରୀ ସରସ୍ବତୀ
ନର୍ମଦେ ସିନ୍ଧୁ କାଭେରୀ ଜଳେସ୍ମିନ ସନ୍ନିଧିମି କୁରୁ”
ଗଙ୍ଗା ଦଶହରା ଦିନ ଦାନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଅନ୍ନ, ବସ୍ତ୍ର ଓ ଧନ ଦାନ କରିବା ଶୁଭ ହୋଇଥାଏ। କୌଣସି ଅଭାବୀ ବା ଗରିବ ଲୋକଙ୍କୁ କ୍ଷମତା ଅନୁସାରେ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।
ଗୁରୁଙ୍କ ବକ୍ରୀ – ଗୁରୁ ଗ୍ରହ ବୃହସ୍ପତି ଏହି ଦିନ ବକ୍ରୀ ହେଉଛନ୍ତି। କୁମ୍ଭ ରାଶିରେ ଗୁରୁ ବକ୍ରୀ ହେବା ଦ୍ୱାରା ସମସ୍ତ ୧୨ ରାଶି ପ୍ରଭାବିତ ହେବେ। ଜ୍ୟୋତିଷଶାସ୍ତ୍ରରେ ଗୁରୁଙ୍କୁ ଶୁଭ ରାଶି ବୋଲି କୁହାଯାଏ। ଗୁରୁଙ୍କୁ ମାନ-ସମ୍ମାନ, ଉଚ୍ଚ ପଦବୀ ଓ ଶିକ୍ଷାର କାରକ ବୋଲି କୁହାଯାଏ। ଗୁରୁ ୨୦୨୧ ସେପ୍ଟେମ୍ବର ୧୪ ଯାଏଁ ଉଲଟା ଚଳନ କରିବେ।

   Related Posts