ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ତାଜମହଲ ଖୋଲିବା ନେଇ ଘୋଷଣା ହେଲା ତାରିଖ

Published By : Prameya-News7 Bureau | September 07, 2020 IST

ଆଗ୍ରା ୦୭/୦୯: ତାଜମହଲ ଓ ଆଗ୍ରା କିଲ୍ଲା ବୁଲିବାରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର । ଲକ୍‌ଡାଉନ୍ ପରଠାରୁ ବନ୍ଦ ହୋଇ ରହିଥିବା ତାଜମହଲ ଓ ଆଗ୍ରା କିଳ୍ଲା ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ।

ଆସନ୍ତା ୨୧ ସେପ୍ଟେମ୍ବର ଠାରୁ ଏହି ଦୁଇ ସ୍ମାରକ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଅନଲକ-୪ ପରେ ଆଗ୍ରାର ଥିବା ଅନ୍ୟ ସ୍ମାରକ ଖୋଲିଦିଆଯାଇଥିଲା । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଆସୁଥିବାରୁ ତାଜମହଲ ଓ ଆଗ୍ରା କିଲ୍ଳା ଖୋଲିବାକୁ ଅନୁମତି ମିଳିନଥିଲା ।

ଜିଲ୍ଳା ଅଧିକାରୀ ପ୍ରଭୁ ଏନ୍‌ ସିଂହଙ୍କ ଅନୁସାରେ ଏବେ ବଫର ଜୋନରୁ ମୁକ୍ତ ହୋଇଛି ଏହି ଦୁଇ ସ୍ମାରକ। କୋଭିଡ ନିୟମର ପାଳନ ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ପର୍ଯ୍ୟଟକମାନେ ଅନଲାଇନ୍‌ରେ ଟିକେଟ୍‌ କାଟିବେ। ବିନା ମାସ୍କରେ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ କହିଛନ୍ତି ପ୍ରଭୁ ଏନ୍‌ ସିଂହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.