ତାଜମହଲରେ ବୋମା ଥିବା ଖବର ମିଛ: ଚାକିରୀ ନ ମିଳିବାରୁ ଚିନ୍ତିତ ଯୁବକ କରିଥିଲା ଫୋନ

Published By : Prameya-News7 Bureau | March 04, 2021 IST

ଆଗ୍ରା ୦୪/୦୩ : ଦୁନିଆର ୭ ଚମତ୍କାର ମଧ୍ୟରୁ ଗୋଟିଏ ହେଲା ତାଜମହଲ। ତାଜମହଲରେ ବୋମା ଥିବା ଖବର ଆସିଥିଲା। କିନ୍ତୁ ଏହି ଖବର ମିଛ ବୋଲି ଜଣାପଡିଛି। ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା ଏବଂ ଦୁଇଟି ଫାଟକ ବନ୍ଦ କରିଦିଆଯାଇଥିଲା। ତୁରନ୍ତ ବମ ସ୍କ୍ୱାର୍ଡଙ୍କୁ ଡକାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଜଣେ ଯୁବକ ୧୧୨ ଡାଏଲ କରି ତାଜମହଲରେ ବୋମା ଥିବା ସୂଚନା ଦେଇଥିଲେ। ଉକ୍ତ ଯୁବକକୁ ପୋଲିସ ହାଜତକୁ ନେଇଛି। ଯୁବକକୁ ପଚରାଉଚୁରା କରିବାକୁ ସେ କହିଛି ଯେ ଚାକିରୀ ନ ମିଳିବାରୁ ସେ ବହୁତ ଚିନ୍ତିତ। ଏହାପରେ ତାଜମହଲ ପୁଣି ଖୋଲି ଦିଆଯାଇଛି।

{"id":417639,"sizeSlug":"large","linkDestination":"none"}

ଆଗ୍ରା ଏସପି ଶିବରାମ ଯାଦବ କହିଛନ୍ତି ଯେ ଜଣେ ଯୁବକ କଣ୍ଟ୍ରୋଲ ରୁମକୁ ଫୋନ କରି କହିଥିଲେ ଯେ ସେନାରେ ଭର୍ତ୍ତି ହେବାରେ ବହୁତ ତ୍ରୁଟି ରହିଛି ଯେଉଁଥିପାଇଁ ସେ ସେନାରେ ଭର୍ତ୍ତି ହୋଇପାରୁନାହିଁ। ତାପରେ ସେ କହିଥିଲେ ଯେ ତାଜମହଲରେ ବୋମା ଅଛି ଓ ତାହା ଜଲଦି ଫାଟିଯିବ।

wp:embed {"url":"https://twitter.com/agrapolice/status/1367344207669596163","type":"rich","providerNameSlug":"twitter","responsive":true,"className":""}
https://twitter.com/agrapolice/status/1367344207669596163
/wp:embed

ଏହି ସୂଚନା ପାଇବା ପରେ ତାଜମହଲରେ ସିକ୍ୟୁରିଟି ଚେକ କରାଯାଇଥିଲା। CISF ତାଜମହଲ ପରିସର ଖାଲି କରିଥିଲେ ଓ ସବୁ ଫାଟକ ବନ୍ଦ କରିଦେଇଥିଲେ। ଫୋନ କରିଥିବା ଯୁବକର ଫୋନ ଟ୍ରେସ କରାଯାଇଥିଲା। ଯୁବକକୁ ପୋଲିସ ହାଜତକୁ ନେଇଛି। ଏହି ଫୋନ କଲ ଫିରୋଜାବାଦରୁ କରାଯାଇଥିଲା। ମାମଲାର ଯାଞ୍ଚ ଚାଲିଛି ବୋଲି ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.