Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ଝଡତୋଫାନରେ ବିଶ୍ୱ ପ୍ରସିଦ୍ଧ ତାଜମହଲ କ୍ଷତିଗ୍ରସ୍ତ

31/05/2020 at 5:47 PM

ଆଗ୍ରା ୩୧/୦୫ : ଆଗ୍ରାରେ ଝଡତୋଫାନ ଯୋଗୁଁ ବିଶ୍ୱ ପ୍ରସିଦ୍ଧ ତାଜମହଲ କ୍ଷତିଗ୍ରସ୍ତ ହୋଇଛି | ମୁଖ୍ୟ କବରର ମାର୍ବଲ ରେଲିଂ ଭାଙ୍ଗିଯାଇଛି | ରେଲିଂରେ ଲାଗିଥିବା ଜାଲି ମଧ୍ୟ ଭାଙ୍ଗି ଯାଇଛି | ପ୍ରବଳ ଝଡତୋଫାନରେ ଶନିବାର ଦିନ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି | ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି | ଅନେକ ସ୍ଥାନରେ ଘର ଓ ଗଛ ଭାଙ୍ଗି ଯାଇଛି | 

ଭାରତୀୟ ପୁରାତତ୍ତ୍ୱ ବିଭାଗ ଅଧିକ୍ଷଣ ପୁରାତତ୍ଵବିଦ ଡ.ବସନ୍ତ ସ୍ଵର୍ଣକାର କହିଛନ୍ତି ଯେ, ଝଡତୋଫାନ ଯୋଗୁଁ ତାଜମହଲର ମାର୍ବଲ ଓ ରେଲିଂରେ ଲାଗିଥିବା ଜାଲି ଓ ଲାଲ ପଥରର ଜାଲି କ୍ଷତିଗ୍ରସ୍ତ ହୋଇଛି | ତାଜମହଲ ପରିସରରେ କିଛି ଗଛ ମଧ୍ୟ ଉପୁଡି ଯାଇଛି | ତାଜମହଲର ଗୋଟିଏ କବାଟ ମଧ୍ୟ ଭାଙ୍ଗିଯାଇଛି | ତାଜମହଲ ପରିସରରେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଥିବା ସିଲିଂ ଭାଙ୍ଗି ଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି | ଏହାସହ ମହତାବ ବଗିଚା ପାଚେରୀ ଉପରେ ମଧ୍ୟ କିଛି ଗଛ ପଡିଯାଇଛି |

କରୋନା ଓ ଲକଡାଉନ ଯୋଗୁଁ ଗତ ୬୮ ଦିନ ହେଲା ତାଜମହଲ ବନ୍ଦ ରହିଛି | ପ୍ରଥମଥର ପାଇଁ ତାଜମହଲ ଏତେ ସମୟ ଧରି ବନ୍ଦ ରହିଛି | ୨୦୧୮ ମସିହା ଏପ୍ରିଲ ୧୧ ତାରିଖରେ ଝଡତୋଫାନରେ ତାଜମହଲର ରାଜ ଦ୍ୱାର, ଦକ୍ଷିଣ ଦ୍ୱାରର ଉତ୍ତର-ପଶ୍ଚିମ ପୁଷ୍ପ ସ୍ତମ୍ଭ ଭାଙ୍ଗି ପଡି ଯାଇଥିଲା | ସେତେବେଳେ ଫୁଟେହପୁରୀ ବେଗମ୍ ଓ ସିରହିନ୍ଦୀ ବେଗମ୍ ଙ୍କ ସମାଧିରେ ପୁଷ୍ପ ସ୍ତମ୍ଭ ମଧ୍ୟ ପଡି ଯାଇଥିଲା |

ଝଡତୋଫାନରେ ଆଗ୍ରା ସହରରେ ଅନେକ କ୍ଷୟ କ୍ଷତି ହୋଇଛି | ଅନେକ ସ୍ଥାନରେ ବଡ ବଡ ଗଛ, ବିଜୁଳି ଖୁଣ୍ଟ ଓ ଘର ପଡି ଯାଇଛି | ଘଣ୍ଟା ପ୍ରତି ପାଖାପାଖି ୧୦୦ କିଲୋମିଟର ବେଗରେ ପବନ ବୋହିଥିଲା | ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି |

   Related Posts