Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୬ ମାସ ପରେ ଖୋଲିଲା ତାଜମହଲ: ସର୍ବପ୍ରଥମେ ପରିଦର୍ଶନ କଲେ ଚୀନ ପର୍ଯ୍ୟଟକ

21/09/2020 at 10:45 AM

ଆଗ୍ରା ୨୧/୦୯ : କରୋନା ମହାମାରୀ ଯୋଗୁଁ ଗତ ୬ ମାସ ହେଲା ବନ୍ଦ ରହିଥିଲା ତାଜମହଲ । ସୋମବାର ଦିନ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଖୋଲାଯାଇଛି । ତାଜମହଲ ଖୋଲିବା ପରେ ଯାହାକୁ ସର୍ବ ପ୍ରଥମେ ପ୍ରବେଶ କରିବାର ମଉକା ମିଳିଥିଲା ସେ ଜଣେ ଚାଇନିଜ ପର୍ଯ୍ୟଟକ ଥିଲେ । ଚାଇନିଜ ପର୍ଯ୍ୟଟକ ଲିୟାଙ୍ଗ ଶି ଚେଙ୍ଗ ସର୍ବ ପ୍ରଥମେ ତାଜମହଲ ପରିଦର୍ଶନ କରିଥିଲେ । ସେ ବିଶ୍ୱ ପ୍ରସିଦ୍ଧ ବେଞ୍ଚରେ ବସି ଫଟୋ ମଧ୍ୟ ଉଠାଇଥିଲେ । ସୋମବାର ଦିନ ତାଜମହଲ ପରିଦର୍ଶନ କରିବାକୁ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ଲୋକ ହିଁ ଥିଲେ । ଲିୟାଙ୍ଗ ଶି ଚେଙ୍ଗଙ୍କ ଛଡା ସ୍ପେନର ଜଣେ ବିଦେଶୀ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଥିଲେ ।

ତାଜମହଲ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ, ଗୋଟିଏ ଦିନରେ ସର୍ବାଧିକ ୫ ହଜାର ଓ ଆଗ୍ରା ଦୁର୍ଗରେ ସର୍ବାଧିକ ୨୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ମିଳିବ । ଉଭୟ ସ୍ଥଳରେ ଟିକେଟ କାଉଣ୍ଟର ବନ୍ଦ ରହିବ । ପର୍ଯ୍ୟଟକଙ୍କୁ ଏଏସଆଇ ୱେବସାଇଟରୁ ଅନଲାଇନ ଟିକେଟ ବୁକ କରିବାକୁ ହେବ । ସ୍ମାରକ ସ୍ଥଳରେ କ୍ୟୁଆର କୋଡ଼ ସ୍କାନ କରିବା ପରେ ପ୍ରବେଶ ଅନୁମତି ମିଳିବ । ଅଧିକାରୀଙ୍କ କହିବାନୁଯାୟୀ, ତାଜମହଲ ଓ ଆଗ୍ରା ଦୁର୍ଗର ମାନକ ପରିଚାଳନା ପ୍ରକ୍ରିୟା ପାଳନ କରିବାକୁ ହେବ । ଏହାଛଡା ତାଜମହଲରେ ଥିବା ଶାହଜାହାନ ଏବଂ ମମତାଜଙ୍କ ମୁଖ୍ୟ ସମାଧିରେ ଥିବା କକ୍ଷକୁ ଥରକେ ୫ ଜଣ ଯାଇପାରିବେ । ପର୍ଯ୍ୟଟକଙ୍କ ପାଇଁ ସଂଗ୍ରହାଳୟ ମଧ୍ୟ ଖୋଲା ରହିବ । ପର୍କିଙ୍ଗ ସମେତ ସମତା ପେମେଣ୍ଟ ଡିଜିଟାଲ ମାଧ୍ୟମରେ କରିବାକୁ ହେବ ।

ପର୍ଯ୍ୟଟକଙ୍କ ପାଇଁ ସାମାଜିକ ଦୂରତା ନିୟମ ପାଳନ କରିବା ସହ ମାସ୍କ ଲଗାଇବା ଅନିବାର୍ଯ୍ୟ । ପରିସର ମଧ୍ୟରେ କାନ୍ଥ ଓ ରେଲିଂ ଆଦିରୁ ପର୍ଯ୍ୟଟକଙ୍କୁ ଦୁରେଇ ରହିବାକୁ ହେବ । ଏହାଛଡା ଜୋତା କଭର, ପାଣି ବୋତଲ, ଟିସୁ ପେପର ଆଦି ଡଷ୍ଟବିନରେ ପକାଇବାକୁ ହେବ । ପରିସର ମଧ୍ୟରେ ଅଳିଆ ଆବର୍ଜନା କରିପାରିବେ ନାହିଁ । ସ୍ମାରକରେ ପ୍ରବେଶ ପୂର୍ବରୁ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯିବ ଏବଂ କୌଣସି ଲକ୍ଷଣ ନଥିବା ପର୍ଯ୍ୟଟକ ହିଁ ପରିସର ମଧ୍ୟକୁ ପ୍ରବେଶ କରିପାରିବେ । ସ୍ମାରକରେ ଥିବା ରେଜିଷ୍ଟରରେ ସମସ୍ତ ପର୍ଯ୍ୟଟକଙ୍କ ସମସ୍ତ ବିବରଣୀ ରେକର୍ଡ କରାଯିବ ।

   Related Posts