ପର୍ଯ୍ୟଟକଙ୍କ ଲାଗି ଖୋଲିଲା ତାଜମହଲ, ଚିନ୍ତା ବଢ଼ାଇଲା ଜିଲ୍ଲା ପ୍ରଶାସନଙ୍କ କୋଭିଡ କଟକଣା

Published By : Prameya-News7 Bureau | June 16, 2021 IST

ଆଗ୍ରା ୧୬।୬: ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ (ଏଏସଆଇ)ଙ୍କ ସର୍କୁଲାର ଅନୁସାରେ ଘରୋଇ ପର୍ଯ୍ୟଟକଙ୍କ ନିମନ୍ତେ ବୁଧବାର ଠାରୁ ତାଜମହଲ ଉନ୍ମୁକ୍ତ ହୋଇଛି। ତେବେ ରାଜ୍ୟରେ କୋଭିଡ ଜନିତ ପରିସ୍ଥିତି ଲାଗି ଜିଲ୍ଲା ପ୍ରଶାସନ ଲଗାଇଥିବା କଟକଣା ଏବେ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ତାଜମହଲ ପରିସରକୁ ଏକ ସମୟରେ ୬୫୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳୁଛି। ଏହି ପର୍ଯ୍ୟଟକମାନେ ନ ଫେରିବା ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ଅପେକ୍ଷା କରି ରହିବାକୁ ପଡୁଛି।

{"id":466981,"width":838,"height":551,"sizeSlug":"large","linkDestination":"none"}

ଏଏସଆଇ ସ୍ମାରକ ଖୋଲିବା ଲାଗି ଗତ ସୋମବାର ଘୋଷଣା କରିଥିଲେ। ତେବେ ସ୍ମାରକରେ ପର୍ଯ୍ୟଟକଙ୍କ ସଂଖ୍ୟା ନିର୍ଦ୍ଧାରଣ ନିଷ୍ପତ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ଉପରେ ଛାଡିଥିଲେ।  ପ୍ରଶାସନ ତାଜମହଲକୁ ଏକ ସମୟରେ ୬୫୦ ଜଣ ପର୍ଯ୍ୟଟକଙ୍କୁ ଅନୁମତି ଦେଇଛନ୍ତି। ଏଥିରେ ଶିଶୁ ଓ ବୟସ୍କଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏଣୁ ପର୍ଯ୍ୟଟନ ସଂସ୍ଥାମାନେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାକୁ ଅବ୍ୟବହାରିକ କହିଛନ୍ତି।

{"id":466983,"sizeSlug":"large","linkDestination":"none"}

ତେବେ ତାଜମହଲରେ  ଫଟୋ ଉଠାଇବା ଲାଗି ୪୬୬ ଜଣ ଫଟୋଗ୍ରାଫର କାମ କରୁଛନ୍ତି। ଏଥିରେ ଆଉ କେତେ ଜଣ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇ ପାରିବ ବୋଲି  ପର୍ଯ୍ୟଟନ ସଂସ୍ଥାମାନେ ପ୍ରଶ୍ନ କରିଛନ୍ତି। ତାଜମହଲକୁ ପ୍ରବେଶ ଲାଗି ମିଳୁଥିବା ଟିକେଟ୍‌ ୩ ଘଣ୍ଟା ଲାଗି ବୈଧ। ୩ ଘଣ୍ଟା ମଧ୍ୟରେ ପର୍ଯ୍ୟଟକଙ୍କୁ ପରିସରରୁ ବାହାରକୁ ଯିବା ଲାଗି କୁହାଯାଇପାରିବ ନାହିଁ। ଏଥିରେ ଜିଲ୍ଲା ପ୍ରଶାସନଙ୍କ କଟକଣା ସ୍ମାରକ ବୁଲିବାକୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ନିଶ୍ଚିତ ଚିନ୍ତାର କାରଣ ବୋଲି ପର୍ଯ୍ୟଟନ ସଂସ୍ଥାର କର୍ମଚାରୀମାନେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.