ବୁଧବାର ଖୋଲିବ ଆଗ୍ରାର ପ୍ରସିଦ୍ଧ ତାଜମହଲ, ପ୍ରଶାସନର ପ୍ରସ୍ତୁତି ଚୁଡ଼ାନ୍ତ

Published By : Prameya-News7 Bureau | June 15, 2021 IST

ଆଗରା ୧୫।୬: ଉତ୍ତପ୍ରଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ସହ ପ୍ରଶାସନ ଆଗରାର ପ୍ରସିଦ୍ଧ ତାଜମହଲରେ ଘରୋଇ ପର୍ଯ୍ୟଟକଙ୍କୁ ସ୍ୱାଗତ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିନେଇଛି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ଯୋଗୁ ତାଜମହଲ ସମେତ ଅନ୍ୟ ଐତିହାସିକ ସ୍ମାରକକୁ ୨ ମାସ ପୂର୍ବେ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରି ଦିଆଯାଇଥିଲା। ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ (ଏଏସଆଇ) ଏକ ସର୍କୁଲାରେ ଜୁନ ୧୬ରୁ ତାଜ ମହଲକୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବ ବୋଲି ଘୋଷଣା କରିଛନ୍ତି।

{"id":466673,"sizeSlug":"large","linkDestination":"none"}

ଏଏସଆଇଙ୍କ ଘୋଷଣାକୁ ଆଗରାରେ ପର୍ଯ୍ୟଟନ ସହ ଜଡ଼ିତ ଲୋକେ ସ୍ୱାଗତ କରିବା ସହ ପୁଣି ଅନ୍ତର୍ଜାତୀୟ ଉଡାଣ ଆରମ୍ଭ ଲାଗି ନିବେଦନ କରିଛନ୍ତି। ସେହିପରି ହୋଟେଲ ବ୍ୟବସାୟୀମାନେ ଉଦ୍ୟୋଗକୁ ସଂକଟରୁ ବାହାରକୁ ଆଣିବା ଲାଗି ରିହାତି ସମେତ ସ୍ୱତନ୍ତ୍ର ପ୍ୟାକେଜ ଦାବି କରୁଛନ୍ତି। ତେବେ ଏଥିରେ ବିଦ୍ୟୁତ ବିଲରେ ହୁଏତ ସାମାନ୍ୟ ରିହାତି ମିଳିପାରେ ବୋଲି ହୋଟେଲ ବ୍ୟବସାୟୀ ସୁରେନ୍ଦ୍ର ଶର୍ମା ଆଶା ବ୍ୟକ୍ତ କରିଛନ୍ତି।

{"id":466676,"width":840,"height":565,"sizeSlug":"large","linkDestination":"none"}

ମାର୍ଚ୍ଚ ୨୦୨୦ରୁ ଆଗରାରେ ହୋଟେଲ ଉଦ୍ୟୋଗ ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଚଳେ। ଯେଉଁ କିଛି ହୋଟେଲ ଖୋଲୁଛନ୍ତି ତାହା ବି ଆଂଶିକ। ଏଥିରୁ କାରବାରର ଆଶା କରିବା ନିରର୍ଥକ ବୋଲି ବ୍ୟବସାୟୀ କହିଛନ୍ତି। ତେବେ ଗତ ୨ ମାସ ହେଲା ଲଗାତାର ବନ୍ଦ ଉଦ୍ୟୋଗକୁ ଗୁରୁତର ପ୍ରଭାବିତ କରିଛି। ଏଣୁ ଏଠାକାର ହୋଟେଲ ଉଦ୍ୟୋଗୀମାନେ ସ୍ୱତନ୍ତ୍ର ଯୋଜନା ସାଙ୍ଗକୁ ରିହାତି ଦାବି କରୁଛନ୍ତି। ତେବେ ତାଜମହଲ ଖୋଲିବା ଯୋଗୁ କିଛିମାତ୍ରାରେ ଆଶ୍ୱସ୍ତି ନିଶ୍ଚିତ ମିଳିବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।

{"id":466682,"width":838,"height":559,"sizeSlug":"large","linkDestination":"none"}

ସପ୍ତଦଶ ଶତାବ୍ଦୀର ଏହି ଐତିହାସିକ ସ୍ମାରକ ଦେଶକୁ କୋଭିଡ-୧୯ ମହାମାରୀ ଆସିବା ପୂର୍ବରୁ ବାର୍ଷିକ ୭୦ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା। ତେବେ ସ୍ମାରକକୁ ପୁଣି ଖୋଲିବା ଲାଗି ଯଦିଓ ପ୍ରଶାସନ ସହମତ ହୋଇଛି ତେବେ କୋଭିଡ କଟକଣାକୁ ଧ୍ୟାନରେ ରଖି ଖୋଲାଯିବ ବୋଲି କହିଛନ୍ତି। ଯେପରି ଭିଡ ନ ଜମେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପର୍ଯ୍ୟଟକଙ୍କୁ ସ୍ମାରକ ପ୍ରବେଶ ନିମନ୍ତେ ଅନଲାଇନରେ ଟିକେଟ ବିକ୍ରି କରାଯିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.