ଅସହାୟଙ୍କୁ କୋଭିଡ ସହାୟତା, ୧୫ ଶହ ଆଦିବାସୀ ପରିବାରକୁ ରାସନ ଯୋଗାଇ ଦେଲା ତାଇୱାନର ସୁଚି ଫାଉଣ୍ଡେସନ

Published By : Prameya-News7 Bureau | July 19, 2021 IST

ତେଲକୋଇ, ୧୯/୦୭: କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପରିବାରଙ୍କୁ ସହୟତା ଯୋଗାଇ ଦେଇଛି ତାଇୱାନ୍‌ । ତେଲକୋଇ ବ୍ଲକରେ ତାଇୱାନର ଅଗ୍ରଣୀ ବୁଦ୍ଧିଷ୍ଟ ସୁଚି ଫାଉଣ୍ଡେସନ ପକ୍ଷରୁ ଆନନ୍ଦମାର୍ଗୀ ସେବା ସଂଗଠନ ଜରିଆରେ ଆଜି ପାଞ୍ଚଟି ପଞ୍ଚାୟତର ସତୁରୀ ପରିବାରକୁ କୋଭିଡ ସହାୟତା ବଣ୍ଟନ କରାଯାଇଛି । ୪ଟି ପ୍ୟାକେଟ ଜରିଆରେ ମାସକ ପାଇଁ ଚାଉଳ, ଡାଲି, ଆଳୁ, ଖାଇବା ତେଲ, ଚୁଡା, ଛତୁଆ, ସୋୟାବିନ, ସାବୁନ, ସାନିଟାଇଜର, ପ୍ରଭୃତି ପ୍ରାୟ ତିନି ହଜାର ଟଙ୍କାର ଘର ଚଳିବା ଭଳି ଜିନିଷ ଯୋଗାଇ ଦେଇଛନ୍ତି ।

ଆନନ୍ଦମାର୍ଗୀ ସଂସ୍ଥାର ବିକାଶ ନନ୍ଦ ଅବଧୂତ ବାବା ନିଜ ହାତରେ ସମସ୍ତଙ୍କୁ ରାସନ ଜିନିଷ ବାଣ୍ଟିଥିଲେ । ଜିଲ୍ଲାର ବାଶଂପାଳ, ଚମ୍ପୁଆ, ଝୁମ୍ପୁରା, ହରିଚନ୍ଦନ ପୁର, ସାହାରାପଡା, ଘଷିପୁରା ପ୍ରଭୃତି ବ୍ଲକରେ ୧୫ ଶହ ପରିବାରକୁ ସଂସ୍ଥା ପକ୍ଷରୁ ରାସନ ସହାୟତା ଯୋଗାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.