ତାଇଓ୍ୱାନରେ ମର୍ମନ୍ତୁଦ ଦୁର୍ଘଟଣା: ଲାଇନଚ୍ୟୁତ୍ ହେଲା ଟ୍ରେନ୍, ଚାଲିଗଲା ୩୬ ଜୀବନ, ୭୨ରୁ ଅଧିକ ଗୁରୁତର

Published By : Prameya-News7 Bureau | April 02, 2021 IST

ତାଇଓ୍ୱାନ ୨/୪: ପୂର୍ବ ତାଇଓ୍ୱାନରେ ମର୍ମନ୍ତୁଦ ରେଳ ଦୁର୍ଘଟଣା । ଟ୍ରେନ୍ ଦୁର୍ଘଟଣାରେ ପାଖାପାଖି ୩୬ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୭୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପୂର୍ବତଟ ନିକଟରେ ଗୋଟିଏ ଟ୍ରେନ୍ ଲାଇନ୍ ଚ୍ୟୁତ ହେବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ ଶୁକ୍ରବାର ଟ୍ରେନଟି ସୁଡଙ୍ଗ ଅତିକ୍ରମ ସମୟରେ ଟ୍ରକ୍ ସହ ପିଟି ହୋଇଥିଲା । ଫଳରେ ସଂଗେ ସଂଗେ ଟ୍ରେନ୍ ଟି ଲାଇନଚ୍ୟୁତ ହେବାରୁ ୩୬ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ୭୨ରୁ ଅଧିକ ଗୁରୁତର ଯାତ୍ରୀଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଫାୟାର ଡିପାର୍ଟମେଣ୍ଟ କହିବା ଅନୁଯାୟୀ ଟ୍ରେନରେ ପାଖାପାଖି ୩୫୦ ଯାତ୍ରୀ ଯାତ୍ରା କରୁଥିଲେ । ବର୍ତ୍ତମାନ ସେଠାରେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାଟି ତେରେକ୍ ଜର୍ଜ ଦର୍ଶନୀୟ ସ୍ଥାନ ନିକଟରେ ହୋଇଛି । ତେବେ ଆଜି ଗୁଡ ଫ୍ରାଇଡେ ଥିବାରୁ ସରକାରୀ ଛୁଟି ଥିଲା । ଗତ ୩ ଦଶକରେ ଏହା ଏକ ବଡ ଦୁର୍ଘଟଣା ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.