ପାରାଦୀପରେ ୬.୬ ବିଲିୟନ ଡଲାର ପୁଞ୍ଜି ନିବେଶ କରିବା ତାଇୱାନ

Published By : Prameya-News7 Bureau | August 01, 2018 IST

ପାରାଦୀପ ବନ୍ଦରରେ ପହଞ୍ଚିଛନ୍ତି ତାଇୱାନ ପ୍ରତିନିଧି ଦଳ। ଓଡ଼ିଶାରେ ପ୍ରାୟ ୪୩ହଜାର କୋଟି ଟଙ୍କା ପୁଞ୍ଜିନିବେଶ ନେଇ ସୂଚନା ରହିଛି। ଏନେଇ ପାରାଦୀପ ରେ ପ୍ରଥମ କରି ଅନୁଧ୍ୟାନ ପାଇଁ ଆସି ପହଞ୍ଚିଛନ୍ତି ଏହି ପ୍ରତିନିଧି ଦଳ। ଏଥିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପ୍ରତିନିଧି ସାମିଲ ଅଛନ୍ତି। ପ୍ରଥମେ ସେମାନେ ବନ୍ଦର କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିବା ପରେ ପାରାଦୀପ ବନ୍ଦର ବୁଲି ଦେଖିବେ। ବନ୍ଦର ର ଭୌଗଳିକ ସ୍ଥିତି କଣ ରହିଛି ଏବଂ ଏଥିରେ ସହିତ ବନ୍ଦର ର ପୋତାଶ୍ରୟ ର ଦକ୍ଷତା ଓ କ୍ଷମତା କେତେ ତାକୁ ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଗଣମାଧ୍ୟମ କୁ ଏଥିରୁ ଦୂରେଇ ରଖାଯାଇଥିବା ବେଳେ ସେମାନେ ଯିବା ପରେ ଯାହା କିଛି ସୂଚନା ଦିଆଯିବ ବୋଲି ବନ୍ଦର ର ସୂଚନା ଓ ଲୋକସମ୍ପର୍କ ଅଧିକାରୀ କହିଛନ୍ତି। ତେବେ ଏହାପରେ ପ୍ରତିନିଧି ଦଳ ଆଇଓସିଏଲ୍ ର ତୈଳ ବିଶୋଧନାଗାର ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବିଦେଶୀ ପୁଞ୍ଜି ନିବେଶ କାରୀ ପୋସ୍କୋ ଏ ଅଞ୍ଚଳରୁ ଯିବା ପରେ ତାଇୱାନ ମଧ୍ୟ ଏକ ବୃହତ ପୁଞ୍ଜି ନିବେଶ କାରୀ ବୋଲି ଜଣାପଡ଼ିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ମିଶି ଆଲୋଚନା କରିବା ପରେ ଆଇଓସିଏଲ୍ ସହିତ ମିଶି ଏକ ବୃହତ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.