Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଇ-ବାଣିଜ୍ୟ କମ୍ପାନୀ alibaba ଉପରେ ପଡୁଛି ତାଇୱାନ ଅଂଶ ବିକିବାକୁ ଚାପ !

24/08/2020 at 7:09 PM

ତାଇପେ: ଚୀନ୍‌ କମ୍ପାନୀମାନେ ଏବେ ଅନ୍ତର୍ଜାତୀୟ ବାଣିଜ୍ୟିକ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। କେଉଁ ଦେଶ ସେମାନଙ୍କ ଇ-କମର୍ସ ଆପ୍ଲିକେସନକୁ ନିଷିଦ୍ଧ କରୁଥିବା ବେଳେ କେଉଁ ଦେଶରେ କାରବାର ବନ୍ଦ ହେଲାଣି। ଏଥିରେ ଚୀନ୍‌ ଇ-ବାଣିଜ୍ୟ କମ୍ପାନୀ ଆଲିବାବାକୁ ଅଂଶ ବିକ୍ରୟ ଲାଗି ତାଇୱାନ୍‌ ବାଧ୍ୟ କରୁଥିବା ଜଣାପଡିଛି। ତାଇୱାନରେ ଆଲିବାବାର ଅଂଶୀଦାର ତାଓବାଓ ଏହି ଚାପ ପକାଉଛି।

ଏହି ଇ-କମର୍ସ ସାଇଟ୍‌ ଯୋଗେ ଦେଶର ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇପାରେ ବୋଲି ତାଇୱାନ୍‌ ସରକାର ଆଶଙ୍କା କରୁଛନ୍ତି। ଏଣୁ ଆଲିବାବାର ଅଂଶ କିଣିନେବା ଲାଗି ତାଓବାଓକୁ ସରକାର ଚାପ ପକାଉଛନ୍ତି। ଏହିପରି ଅସୁରକ୍ଷାର ଭାବନା ଯୋଗୁ ଭାରତ ଓ ଆମେରିକା ଚୀନ୍‌ କମ୍ପାନୀମାନଙ୍କୁ ଦେଶରେ ପ୍ରତିବନ୍ଧିତ କରିବାରେ ଲାଗିଛନ୍ତି। ଏଥିରେ  ତାଇୱାନର ଚୀନ୍‌ କଠୋର ବିରୋଧୀ। ଏଣୁ ଚୀନ୍‌ କମ୍ପାନୀକୁ ଅଂଶ ବିକିବା ଲାଗି ପରାମର୍ଶ ଦିଆଯାଉଥିବା ଜଣାପଡିଛି।

ଚୀନ୍‌ ଗୃହଯୁଦ୍ଧ ୧୯୪୯ରେ ତାଇୱାନ୍‌ ପୃଥକ ସାର୍ବଭୌମ ଦେଶରେ ପରିଣତ ହୋଇଥିଲା। ଦୁଇଦେଶଙ୍କ ମଧ୍ୟରେ କୌଣସି ଅଧିକାରୀକ ସମ୍ପର୍କ ନାହିଁ। ହେଲେ ବାଣିଜ୍ୟ ବ୍ୟବସାୟ ଓ ନିବେଶ ଜାରି ରହିଛି। ତେବେ ଦେଶରେ ଚୀନ୍‌ ନିବେଶ ଉପରେ ତାଇୱାନ୍‌ ସରକାର କଡା ନଜର ରଖିଛନ୍ତି। ଯେପରି ମଜଭୁତ ପଡୋଶୀ ସୁରକ୍ଷା ଦୃଷ୍ଟିରୁ ଅଧିକ ମଜଭୁତ ନ ହୁଏ ସେଥିପ୍ରତି ଦୃଷ୍ଟି ରଖିଛନ୍ତି।

ତାଇୱାନ୍‌ ଆର୍ଥିକ ମନ୍ତ୍ରାଳୟ ଆଲିବାବାର ଦେଶରେ ଭାଗିଦାରୀ କମ୍ପାନୀ ତାଓବାଓକୁ ବ୍ରିଟିଶ କମ୍ପାନୀ ପରିଚାଳନା କରୁଛନ୍ତି। ହେଲେ ଆଲିବାବା ସମୂହ ନିକଟରେ ଉପଭୋକ୍ତା ସମ୍ପର୍କିତ ମଞ୍ଚର ନିୟନ୍ତ୍ରଣ ରହିଛି। ତେବେ ଏହା ତାଇୱାନ ନିୟମର ଉଲ୍ଲଂଘନ। ଆଲିବାବା ସମୂହର ମୁଖ୍ୟାଳୟ ଦକ୍ଷିଣ-ପଶ୍ଚିମ ସାଂଘାଇର ହାନଝୋଉରେ ଅଛି। ବିଶ୍ୱର ଏହା ସର୍ବ ବୃହତ୍ତ ଇ-ବାଣିଜ୍ୟ କମ୍ପାନୀ। ତାଓବାଓ ସହ ଆଲିବାବାର ବାଣିଜ୍ୟିକ୍‌ ବୁଝାମଣା ଅନୁସାରେ ଚୀନ୍‌ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସର୍ଭରକୁ ସଦସ୍ୟଙ୍କ ନେଣଦେଣର ତଥ୍ୟ ଯାଇଥାଏ। ଯାହାକୁ ତାଇୱାନ୍‌ ଏବେ ସୁରକ୍ଷା ଦୃଷ୍ଟିରୁ ବିପଦଜନକ ଭାବୁଛି।  

   Related Posts