WHO ଉପରେ ଅଭିଯୋଗ ଆଣିଲା ତାଇୱାନ : ଜାରି କଲା ପୁରୁଣା ଇ-ମେଲ୍, ପୂର୍ବରୁ କରୋନା ବିସ୍ତାର ନେଇ ଚେତାଇ ଦେଇଥିଲା

Published By : Prameya-News7 Bureau | April 15, 2020 IST

ତାଇପେଇ ୧୫।୪: କରୋନା ଭାଇରସ୍ ନେଇ ବିଶ୍ବକୁ ଠିକ୍ ସମୟରେ ସତର୍କ ନକରିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ସମାଲୋଚନା କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ WHOର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ପାଣ୍ଠି ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହି ସମୟରେ ତାଇୱାନ ଡିସେମ୍ବର ମାସର ଏକ ଇ-ମେଲ ଜାରି କରି WHO ଉପରେ ଅନେକ ଅଭିଯୋଗ ଆଣିଛି ।

{"id":254347,"width":583,"height":325,"sizeSlug":"large"}

ପ୍ରକୃତରେ ତାଇୱାନ ସେହି ଦେଶମାନଙ୍କ ମଧ୍ୟରେ ଗଣାଯାଏ ଯେଉଁମାନେ ଅନ୍ୟ ଦେଶ ତୁଳନାରେ କରୋନା ଉପରେ ଅଧିକ ନିୟନ୍ତ୍ରଣ ପାଇପାରିଛନ୍ତି ଏବଂ ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛନ୍ତି । କିନ୍ତୁ ତାଇୱାନ କହିଛି ଯେ ଡିସେମ୍ବର ମାସରେ ସେମାନେ WHO ରୁ ସୂଚନା ମାଗିଥିଲେ ​​କିନ୍ତୁ ତାହାକୁ ଅଣଦେଖା କରାଯାଇଥିଲା । ଡିସେମ୍ବର ୩୧ରେ ତାଇୱାନ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ କରୋନା ଭାଇରସ୍ ବିସ୍ତାର ସମ୍ବନ୍ଧରେ WHO ରୁ ସୂଚନା ମାଗିଥିଲା ​​। କିନ୍ତୁ ତାଇୱାନ କହିଛି ଯେ WHO ପର୍ଯ୍ୟାପ୍ତ ସୂଚନା ଦେବାକୁ ମନା କରିଦେଇଥିଲା ।

{"id":254348,"width":575,"height":523,"sizeSlug":"large"}

ତାଇୱାନ ପ୍ରଥମେ ଚୀନ ଉହାନର ୭ଟି ମାମଲା ସମ୍ବନ୍ଧରେ ଦର୍ଶାଇ WHOକୁ ଚେତାବନୀ ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ତାଇୱାନ ଅଭିଯୋଗ କରିଛି ଯେ WHO ଭାଇରସ୍ ବିପଦକୁ କମ୍ ଭାବରେ ଦେଖିଥିଲା । ଏହା ଚୀନକୁ ଖୁସି କରିବା ପାଇଁ କରିଥିଲା ବୋଲି ତାଇଓ୍ବାନ ଅଭିଯୋଗ କରିଛି ।

{"id":254349,"width":575,"height":318,"sizeSlug":"large"}

ତାଇୱାନ ଚୀନ୍ ଠାରୁ ପ୍ରାୟ ୧୩୦କିଲୋମିଟର ଦୂରରେ ଅବସ୍ଥିତ । ପ୍ରାୟ ୭୦ ବର୍ଷ ପୂର୍ବେ ତାଇୱାନ ନିଜକୁ ଏକ ସ୍ବାଧୀନ ଦେଶ ଭାବରେ ଘୋଷଣା କରିଥିଲା । ତେବେ ଚୀନ୍ ତାଇୱାନକୁ ଏକ ସ୍ବାଧୀନ ଦେଶ ଭାବେ ଗ୍ରହଣ କରେ ନାହିଁ । WHO ଉପରେ ଚାପ ପକାଇ ଚୀନ୍ ତାଇୱାନକୁ WHO ସଦସ୍ୟ ଦେଶ ତାଲିକାରୁ ବାହାର କରିଦେଇଛି ।

{"id":254350,"width":580,"height":388,"sizeSlug":"large"}

ଅନ୍ୟପକ୍ଷରେ ତାଇୱାନର ଅଭିଯୋଗ ପରେ WHO ଅସ୍ବୀକାର କରିଛି ଯେ ତାଇୱାନ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ କରୋନା ବିସ୍ତାର କରିବାକୁ ନେଇ ଚେତାବନୀ ଦେଇଥିଲା ।

{"id":254351,"sizeSlug":"large"}

ବର୍ତ୍ତମାନ ପର୍ଯ୍ୟନ୍ତ ତାଇୱାନରେ କେବଳ ୩୯୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। କେବଳ ୬ ଜଣଙ୍କର ମୃତ୍ୟୁ ଘଟିଛି । ସାରା ବିଶ୍ବରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୯୩୭,୨୬୮ ଅତିକ୍ରମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.