Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ତାଇଓ୍ବାନ ରାଷ୍ଟ୍ରପତିଙ୍କର ଭାରତ ପ୍ରୀତି, ପସନ୍ଦ ତାଙ୍କର ଭାରତୀୟ ଖାଦ୍ୟ

16/10/2020 at 4:10 PM

ନୂଆଦିଲ୍ଲୀ ୧୬/୧୦: ଭାରତ ଚୀନ ବିବାଦ ମଧ୍ୟରେ ଭାରତ ପ୍ରତି ତାଇଓ୍ବାନର ପ୍ରେମ ଦେଖିବାକୁ ମିଳିଛି। ତାଇଓ୍ବାନର ଆଇରନ ଲେଡି ‘ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ’ ଟ୍ବିଟରରେ ଭାରତୀୟ ଖାଦ୍ୟର ପ୍ରଶଂସା କରିଛନ୍ତି। ଏହାରି ଭିତରେ ତାଇଓ୍ବାନ ଭାରତ ସହ ରାଜନୈତିକ ସମ୍ବନ୍ଧ ଆରମ୍ଭ କରିବାକୁ ଚେଷ୍ଟା ଚଳାଇଛି। ସେ ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ତାଇଓ୍ବାନର ସୌଭାଗ୍ୟ ଯେ ଏଠାରେ କିଛି ଭାରତୀୟ ରୋସ୍ତାରାଁ ଅଛି। ଲୋକମାନେ ଏହି ଖାଦ୍ୟକୁ ମଧ୍ୟ ଖୁବ ପସନ୍ଦ କରନ୍ତି।’

ସେ କହିଛନ୍ତି ଚଣା ମସଲା, ନାନ, କଫି ଓ ଚା’ ତାଙ୍କର ଭାରତ ଗ୍ରସ୍ତ କଥା ମନେ ପକାଇ ଥାଏ। ତାଙ୍କୁ ଚଣା ମସଲା ଓ ନାନ ଖୁବ୍ ପସନ୍ଦ। ସେ ତାଙ୍କ ଟ୍ବିଟ ସହ ଭାରତୀୟ ଖାଦ୍ୟ ଥାଳିର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ପଲଉ, ନାନ, ସାଲାଡ ସମେତ ଆହୁରି କିଛି ଖାଦ୍ୟ ପଦାର୍ଥ ସାମିଲ ରହିଛି।

ସୂଚନାଯୋଗ୍ୟ ଭାରତୀୟ ବ୍ୟଞ୍ଜନ ପ୍ରତି ବିଦେଶୀ ନେତାଙ୍କ ପ୍ରେମ କିଛି ନୂଆ କଥା ନୁହେଁ। ମେ ମାସରେ ଅଷ୍ଟେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ନିଜ ହାତରେ ପ୍ରସ୍ତୁତ କରିଥିବା ସମୋସାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। ଏହା ସହ ଆମ୍ବ ଚଟଣି ମଧ୍ୟ ପ୍ରସ୍ତୁତ କରିଥିଲେ। ଏସବୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରିଥିଲେ। ମୋଦି ମଧ୍ୟ ଏହାର ଉତ୍ତର ରଖି କହିଥିଲେ, ‘ସମୋସା ସ୍ବାଦିଷ୍ଟ ଦେଖାଯାଉଛି ଓ ଆଶା ମହାମାରୀ ପରେ ଏକାଠି ଦିନେ ଦୁଇ ଜଣ ଏହାର ମଜା ନେବା।’

   Related Posts