‘ଆମେ ଜିତିବୁ, ଆମେ ନିପାତ କରିବୁ’- ପ୍ରଭୁ ଶ୍ରୀରାମଙ୍କ ତୀର ଟାର୍ଗେଟରେ ଡ୍ରାଗନ: ଭାରତ ସପକ୍ଷରେ ତାଇଓ୍ୱାନ ପୋର୍ଟାଲର କାର୍ଟୁନ ଭାଇରାଲ

Published By : Prameya-News7 Bureau | June 18, 2020 IST

ତାଇପେଇ , ୧୮|୦୬:   ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ମଧ୍ୟ ୪୩ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗ ଏବେ ସରଗରମ ରହିଛି । ଏହା ମଧ୍ୟରେ ବୁଧବାର ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରକୁ ବହୁମାତ୍ରାରେ ସେୟାର କରାଯାଉଛି ।

କଣ ରହିଛି ଏହି ପୋଷ୍ଟରରେ

ସୋସିଆଲ ମିଡିଆରେ ଯେଉଁ ପୋଷ୍ଟର ଭାଇରାଲ ହୋଇଛି ସେଥିରେ ଭଗବାନ ଶ୍ରୀରାମ ଧନୁ ଧରି ତୀର ମାରିବା ଅବତାରରେ ରହିଛନ୍ତି । ଏହାସହ ତୀରକୁ ଡ୍ରାଗନ ଆଡକୁ ଲକ୍ଷ୍ୟ କରିଛନ୍ତି । ଏଥିରେ ଲେଖାଯାଇଛି, ଓ୍ୱି କନକ୍ଲୋର, ଓ୍ୱିଇ କିଲ୍ । ଏହି ଫଟୋ ତାଇଓ୍ୱାନରୁ ଭାଇରାଲ ହେବା ଆରମ୍ଭ ହୋଇ ସାରା ବିଶ୍ୱରେ ଛାଇ ଯାଇଛି । ତାଇଓ୍ୱାନ ନ୍ୟୁଜ ଏହାକୁ ପ୍ରକାଶିତ କରିଛି । ଏଥିରେ ଲେଖାଯାଇଛି ଭାରତର ରାମ ଚୀନର ଡ୍ରାଗନକୁ ମାରିଦେଇଛନ୍ତି ।

wp:html /wp:html

ତାଇଓ୍ୱାନରେ ଏହି ପୋଷ୍ଟର ବହୁତ ମହତ୍ତ୍ୱ ରଖୁଛି । ଅଧର୍ମ ଉପରେ ଧର୍ମର ବିଜୟ କହିଛି ତାଇଓ୍ୱାନ । ଏହି ଭଳି ତାଇଓ୍ୱାନ ଭାରତ ପ୍ରତି ଭଲ ପାଇବା ଓ ଭରସା ପ୍ରକଟ କରିଛି । ଏହାସହ ଭାରତର ନୀତିକୁ ମଧ୍ୟ ସମର୍ଥନ କରିଛି ।

ସୂଚନାଯୋଗ୍ୟ, ଗତମାସରେ ତାଇଓ୍ୱାନର ରାଷ୍ଟ୍ରପତି ସାଇ ଇଙ୍ଗ ବେନ୍ ଦ୍ୱିତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏପରିକି ସେ ଚୀନକୁ ଜବାବ ଦେଇ ଚୀନର କୌଣସି ନିୟମ କାନୁନ ମାନିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଚୀନ ତାଇଓ୍ୱାନକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି । ଏପରିକି ବଲପୂର୍ବକ କବଜା କରିବାକୁ ମଧ୍ୟ ଚାହୁଁଛି । ତେବେ ଭାରତ ତାଇଓ୍ୱାନ ଉପରେ ନରମ ଆଭିମୁଖ୍ୟ ପୋଷଣ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.