Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଇଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀରେ ବ୍ୟାପକ ଭଙ୍ଗାରୁଜା, ୪୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

15/12/2020 at 8:17 AM

ବେଙ୍ଗାଲୁରୁ,୧୫/୧୨: କର୍ଣ୍ଣାଟକର କୋଲାରରେ ଥିବା ତାଇଓ୍ୱାନର ମାନୁଫାକ୍ଚରିଂ କମ୍ପାନୀ ଓ୍ୱିଷ୍ଟ୍ରୋନ୍ କର୍ପୋରେସନ ବେତନ ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ କମ୍ପାନୀର ପ୍ରାୟ ୪୩୭.୪୦ କୋଟି ଟଙ୍କା କ୍ଷତି ହୋଇଛି । ଏହି କମ୍ପାନୀ ଆପଲ୍ ଆଇଫୋନ୍ ସହ ଅନ୍ୟ କମ୍ପାନୀ ପାଇଁ ଆଇଟି ସାମଗ୍ରୀ ତିଆରି କରିଥାଏ ।

କୋଲାର ଜିଲ୍ଲାରେ ଥିବା କମ୍ପାନୀର ନରସପୁରା ମାନୁଫାକ୍ଚରିଂ ପ୍ଲାଣ୍ଟରେ ଶନିବାର ଦରମା ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ଲଙ୍କାକଣ୍ଡ ଘଟଣାଇଥିଲେ । କମ୍ପାନୀ ପରିସରରେ ବ୍ୟାପକ ହିଂସା  ହୋଇଥିଲା । ଉପଦ୍ରବକାରୀମାନେ କମ୍ପାନୀର ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ । କମ୍ପାନୀର ଏକଜ୍ୟୁକ୍ୟୁଟିଭ୍ ଟିଡି ପ୍ରଶାନ୍ତ କହିଛନ୍ତି ଯେ, କମ୍ପାନୀର ଆସବାବପତ୍ର ଓ ଯନ୍ତ୍ରପାତି ଭାଙ୍ଗିଯାଇଛି । ଏଥିପାଇଁ ପ୍ରାୟ ୪୩୭.୪୦ କୋଟି ଚଙ୍କା କ୍ଷତି ହୋଇଛି ।

ଆସବାବପତ୍ର ବାବଦରେ ୧୦ କୋଟି. କାର୍ ଓ ଗୋଲ୍ପ ପାର୍ଟରେ ପ୍ରାୟ ୬୦ ଲକ୍ଷ ଟଙ୍କା କ୍ଷତି ହୋଇଛି । ସେହିପରି ୧.୫୦ କୋଟିର ସ୍ମାର୍ଟଫୋନ୍ ନଷ୍ଟ ହୋଇଯାଇଛି । ଏହାସହ ୫୦୦୦ ଶ୍ରମିକଙ୍କ ସହ ୨୦୦୦ ଅଜଣା ଲୋକ ପ୍ଲାଣ୍ଟରେ ଉପଦ୍ରବ କରିଥିବା ଅଭିଯୋଗ ହୋଇଛି ।

ପୋଲିସ ଏହି ମାମଲାରେ ଏବେସୁଦ୍ଧା ୧୪୯ଜଣଙ୍କୁ ଗିରଫ କରିଥିବା ବେଳେ ଅନେକ ଲୋକଙ୍କୁ ଅଟକ ରଖିଛି  । ସେହିପରି କର୍ଣ୍ଣାଟକ ସରକାର ମଧ୍ୟ ଉପଦ୍ରୂବକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି ।

   Related Posts