Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଚୀନର ନାଲିଆଖି ପରେ ବଳ ଦେଖାଇଲା ତାଇଓ୍ୱାନ : ଏଫ-୧୬ ଯୁଦ୍ଧ ବିମାନ ପାଇଁ ପ୍ରତିଷ୍ଠା କଲା ଘାଟି, ଆମେରିକା ସହାୟତାରେ ଶକ୍ତି ପ୍ରଦର୍ଶନ

28/08/2020 at 3:53 PM

ତାଇପୋଇ, ୨୮|୦୮  ଚୀନକୁ ଆକାଶମାର୍ଗରେ ଚେକ୍ ଦେବା ପାଇଁ ପ୍ରସ୍ତୁତ ହେଲାଣି ତାଇଓ୍ୱାନ । ଶୁକ୍ରବାର ତାଇଓ୍ୱାନ ରାଷ୍ଟ୍ରପତି ସାଇ ଇଙ୍ଗ୍ ଓ୍ୱେନ୍ ନିଜ ଅଞ୍ଚଳରେ ଥିବା ବିଭିନ୍ନ ଦ୍ୱୀପକୁ ଚୀନ କବଳରୁ ରକ୍ଷା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଚୀନ ସହ ବଢି ଚାଲିଥିବା ତିକ୍ତତା ମଧ୍ୟରେ ତାଇଓ୍ୱାନ ଆମେରିକା ସହାୟତାରେ ଏଫ-୧୬ ଯୁଦ୍ଧ ବିମାନର ଏକ ହବ୍ ବା ଘାଟି ପ୍ରସ୍ତୁତ କରିଛି ।

ଏବେ ଆମେରିକା ଓ ଚୀନ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଏପରିକି ଆମେରିକା ଯୁଦ୍ଧ ଜାହାଜ ଉପରେ ଚୀନ କ୍ଷେପଣାସ୍ତ୍ର ମାଡ କରିଛି । ଆହୁରି ମଧ୍ୟ ଚୀନ ତାଇଓ୍ୱାନକୁ ନିଜ ଅଞ୍ଚଳ ବୋଲି ଦାବି କରି ଆସୁଛି । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ତାଇଓ୍ୱାନ ରାଷ୍ଟ୍ରପତି ସାଇ କହିଛନ୍ତି ଯେ, ତାଇଓ୍ୱାନ ଏକ ସ୍ୱାଧିନ ଦେଶ । ଏହା ଚୀନ ଅଧିନରେ ନାହିଁ । ଚୀନ କିନ୍ତୁ ଏହାକୁ ନିଜର ବୋଲି ଦାବି କରୁଛି । ଯାହା ଠିକ୍ ନୁହେଁ । ଏବେ କୌଣସି ପରିସ୍ଥିତିରେ ଚୀନ ଆଗରେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନାହିଁ । କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ହିଁ ମୂଳ ଉଦ୍ଦେଶ୍ୟ । ତେଣୁ ତାଇଚୁଙ୍ଗରେ ଏଫ-୧୬ର ହବ୍ ପ୍ରସ୍ତୁତ ହୋଇଛି । ଏହି ହବ୍ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସେ ଆହୂରି କହିଛନ୍ତି ଯେ, ଏହି ହବ୍‌ରେ ବାୟୁସେନାର ଅନେକ ବିମାନକୁ ରକ୍ଷଣାବେକ୍ଷଣ କରାଯିବ । ଏହାସହ ଚୀନର ଜବରଦଖଲକୁ ଜବାବ ଦେବାକୁ ସେ ପଛଘୁଞ୍ଚା ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଏହି ହବ୍ ଆମେରିକୀୟ ଅସ୍ତ୍ରଶସ୍ତ୍ର ନିର୍ମାତା ସକହିଡ୍ ମାର୍ଟିନ୍ କର୍ପ ଓ ତାଇଓ୍ୱାନ ଏରୋସ୍ପେସ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନର ତତ୍ତ୍ୱାବଧାନରେ ରହିଛି । ଗତ ବର୍ଷ ଆମେରିକା ତାଇଓ୍ୱାନକୁ ୮ ବିଲିୟନ ଡଲାରର ଏଫ-୧୬ ଫାଇଟର୍ ଜେଟ୍ ବିକ୍ରି କରିବ ବୋଲି ସହମତି ପ୍ରକାଶ କରିଥିଲା । ଏହି ହବ୍‌ରେ ୨୦୦ରୁ ଅଧିକ ଯୁଦ୍ଧ ବିମାନ ରହିପାରିବ । ଯାହା ଏସିଆର ସର୍ବବୃହତ ହବ୍‌।

   Related Posts