Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଟେଲର

21/06/2021 at 11:06 PM

ନାଗପୁର ୨୧।୦୬:  ନିଜ ପରିବାରର ପାଞ୍ଚ ସଦସ୍ୟଙ୍କୁ ହତ୍ୟା କରିବା ପରେ ଜଣେ ଟେଲର ଆତ୍ମହତ୍ୟା କରିବା ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ନାଗପୁର ସହରର ପଛପଟୁ ଫଟା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିବା ପରେ ସୋମବାର ଏହି ଘଟଣା ସାମ୍ନାକୁ ଆସିଛି।

ପୋଲିସ ଅଧିକାରୀ କହିଛନ୍ତି, ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବ୍ୟକ୍ତିଙ୍କ ନାମ ଆଲୋକ ମାତୁଲକର(୫୦)। ସେ ପେଶାରେ ଜଣେ ଟେଲର। ମାତୁଲକର କୌଣସି କାରଣ ନେଇ ନିଜ ପତ୍ନୀ ସହ ପୁଅ, ଝିଅକୁ ହତ୍ୟା କରିବା  ପରେ ନିଜ ଶାଶୁ ଲକ୍ଷ୍ମୀ ବାବଡେ ଓ ଭାଉଜ ଅମିଷାଙ୍କ ତଣ୍ଟି ଚିପି ହତ୍ୟା କରିଛି। ଏହା ପରେ ନିଜେ ଆତ୍ମହତ୍ୟା କରିଛି।

ଏହି ଘଟଣା କେଉଁ ଦିନ ଏବଂ କେତେବେଳେ ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ଆମ ଘଟଣା ପଛର ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ଜୋନାଲ ଡେପୁଟୀ କମିଶନର ଲୋହିତ ମୋଟାନି କହିଛନ୍ତି। ମୃତଦେହଗୁଡିର ପୋଷ୍ଟ ମର୍ଟମ ପାଇଁ ହସ୍ପିଟାଲ ପଠାଯାଇଛି। ପୋଲିସ ପଡୋଶୀଙ୍କ ସହ ପୀଡିତ ପରିବାରର ସଂପର୍କୀୟଙ୍କୁ ପଚରା ଉଚୁରା କରୁଛି।

ସୂଚନା ଅନୁଯାୟୀ, ମାତୁଲକର ଏବଂ ତାଙ୍କ ଭାଉଜଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହା ଏତେ  ବଡ ଘଟଣାର ସୂତ୍ରପାତ ହୋଇଥିବା କୁହାଯାଉଛି।

   Related Posts