Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

କୁକୁର ଛୁଆର ମୁଣ୍ଡରେ ଲାଞ୍ଜ – ଏହି ଦେଶରେ ଜନ୍ମ ହୋଇଛି ବିରଳ କୁକୁର ଛୁଆ

14/11/2019 at 3:24 PM

ନ୍ୟୁୟର୍କ – ସାଧାରଣତଃ ସମସ୍ତ ଜୀବଙ୍କର ପଛ ଭାଗରେ ଲାଞ୍ଜ ଉଠିଥାଏ। ହେଲେ ଏବେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଗୋଟିଏ କୁକୁର ଛୁଆର ମୁଣ୍ଡରେ ଲାଞ୍ଜ ବାହାରିଛି । କୁକୁରର ପଛ ପାଖରେ ଲାଞ୍ଜ ଥିବା ବେଳେ ଆଗପଟେ ଆଉ ଏକ ଲାଞ୍ଜ ବା ଲାଙ୍ଗୁଡ ବାହାରିଛି ।

ଆମେରିକାର ମିସୌରୀରେ ଏହି କୁକୁର ଛୁଆଟି ଜନ୍ମ ହୋଇଛି । ଏବେ ଏହି କୁକୁର ଛୁଆ ମାତ୍ର ୧୦ ସପ୍ତାହର । ଏବେ ଏହାର ନାମ ନରହ୍ୱାଲ ରଖାଯାଇଛି । ନରହ୍ୱାଲ ଅର୍ଥ ଶିଙ୍ଗ ଥିବା ଘୋଡା ବା ୟୁନିକର୍ନ ।

କୁକୁର ଛୁଆର ଛବି ବା ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । କୁକୁର ଛୁଆର ଏକ୍ସରେେ କରାଯିବା ସହ ଅନ୍ୟ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ତାହାର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍‌ ଥିବା କଥା ଏହାର ଚିକିତ୍ସା କରୁଥିବା ପଶୁ ଡାକ୍ତର କହିଛନ୍ତି ।

ଏହାକୁ ଏକ କୁକୁର ଆଶ୍ରୟ ସ୍ଥଳୀରେ ରଖାଯାଇଛି । ଦୁଇଟି ଲାଙ୍ଗୁଡ ବିଶିଷ୍ଟ ବିରଳ କୁକୁର ଛୁଆକୁ ଦେଖିବା ପାଇଁ ଅନେକ ଲୋକ ଆସୁଛନ୍ତି । ଏହି ଆଶ୍ରୟସ୍ଥଳୀରେ ୫ ଟି ଗୋଡ ଥିବା କୁକୁର ସହ ଅନ୍ୟାନ୍ୟ ସ୍ୱତନ୍ତ୍ର ଧରଣର କୁକୁରମାନଙ୍କୁ ରଖାଯାଇ ପାଳନ ପୋଷଣ କରାଯାଉଛି ।

   Related Posts