କର୍ତ୍ତବ୍ୟରେ ଅବହେଳା କରି ତହସିଲଦାର ନିଲମ୍ବିତ: ଟ୍ବିଟ୍ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ

Published By : Prameya-News7 Bureau | April 23, 2020 IST

ଭଦ୍ରକ୨୩/୪: ଡ୍ୟୁଟିରେ ଅବହେଳା କରି କାର୍ଯ୍ୟରୁ ନିଲମ୍ବିତ ହେଲେ ତହସିଲଦାର। କରୋନା ଭଳି ସଙ୍କଟ ସମୟରେ ରାଜ୍ୟରେ କୌଣସି ସରକାରୀ ଅଧିକାରୀ ନିଜ କାର୍ଯ୍ୟରେ ଅବହେଳା କରିବେ ନାହିଁ ବୋଲି ସରକାର ବାରମ୍ବାର ଚେତାବନୀ ଦେଇଛନ୍ତି। କିନ୍ତୁ ଭଦ୍ରକ ଜିଲ୍ଲାର ତିହିଡି ବ୍ଳକର ଅତିରିକ୍ତ ତହସିଲଦାର ଶ୍ବେତପଦ୍ମା ଧଳ ନିଜ କାର୍ଯ୍ୟରେ ଅବହେଳା କରିଥିଲେ।

{"id":258871,"sizeSlug":"large"}

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଆକ୍ସନ ନେଇଛନ୍ତି। ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।। ନିଲମ୍ବିତ ଅଧିକାରିଣୀ ଜଣଙ୍କ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦାୟିତ୍ବରେ ଥିଲେ । ବର୍ତ୍ତମାନ ପରିସ୍ଥିତିରେ ଜଣେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର କର୍ତ୍ତବ୍ୟ ଅଧିକ ରହିଛି। ତେବେ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଭଦ୍ରକ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.