ଖଣିଜ ବୋଝେଇ ହାଇଓ୍ବା ଗାଡି ଜବତ

Published By : Prameya-News7 Bureau | December 28, 2018 IST

ଯାଜପୁର ୨୮|୧୨: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଓ ସ୍ଥାନୀୟ ପୋଲିସର ମିଳିତ ଚଢାଉ । ୧୪ଟି ଲଘୁ ଖଣିଜ ବୋଝେଇ ହାଇଓ୍ବା ଗାଡି ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତହସିଲଦାରଙ୍କ ତରଫରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ ଏହି ଗାଡିଗୁଡିକ ପାଖରେ ଆର ଫର୍ମ ନଥିଲା । ଜବତ ଗାଡି ଗୁଡିକୁ ଯାଜପୁରରୋଡ୍ ଥାନାରେ ଅଟକ ରଖାଯାଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ । ସମ୍ପୃକ୍ତ ଗାଡି ଗୁଡିକଠାରୁ ଫାଇନ୍ ଆଦାୟ କରି ଛଡାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.