ବେଆଇନ ଭାବେ ମାଙ୍କଡା ପଥର ଚାଲାଣ ବେଳେ ପ୍ରଶାସନର ଚଢାଉ

Published By : Prameya-News7 Bureau | May 10, 2021 IST

ଚଣ୍ଡିଖୋଲ ୧୦।୫: ଘରୋଇ ଜମିରେ ପୋଖରୀ ଖୋଳିବା ନାଁରେ ସେଠାରୁ ମାଙ୍କଡା ପଥର ଖୋଳି ବେଆଇନ ଚୋରା ଚାଲାଣ ଅଭିଯୋଗ । ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅନ୍ତର୍ଗତ ସମିଆଁ ରାଜସ୍ବ ସର୍କଲ ଅଧୀନ ବାଉଁଶମୂଳି ମୌଜାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଚୋରା ଚାଲାଣ ଖବର ପାଇ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ଓ ରାଜସ୍ବ ସୁପରଭାଇଜର ପୋଲିସ କର୍ମଚାରୀମାନଙ୍କ ସହ ସେହି ବେଆଇନ ମାଙ୍କଡ଼ା ପଥର ଖାଦାନ ଉପରେ ଚଢାଉ କରିଥିଲେ । ରବିବାର ସନ୍ଧ୍ୟାରେ ଚଢ଼ାଉ କରି ସେଠାରେ ପଥର କାଟୁଥିବା ଏକ ପାୱାର ଟିଲର ମେସିନ ଓ ପଥର ବୋଝେଇ କରୁଥିବା ଏକ ମିନିଟ୍ରକକୁ ଜବତ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୈରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.