Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଆତଙ୍କବାଦୀଙ୍କୁ ଅତିଥି ଭଳି ଘରେ ରଖିଥିଲେ ତହସିଲଦାର, ଗିରଫ କଲା ପୋଲିସ, ପଚରାଉଚରା ଜାରି

23/05/2020 at 5:29 PM

ଶ୍ରୀନଗର, ୨୩|୦୫:  ଦକ୍ଷିଣ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଜଣେ ତହସିଲଦାରଙ୍କ ଘରେ ଚଢାଉ କରିଛନ୍ତି । ତହସିଲଦାରଜଣଙ୍କ ନିଜ ଘରେ ଆତଙ୍କବାଦୀଙ୍କୁ ଅତିଥି ଭଳି ରଖିଥିବା ଅଭିଯୋଗ ହୋଇଛି । ତେବେ ତହସିଲଦାରଙ୍କ ବାସଭବନର ଠିକଣା ବାବଦରେ ସୂଚନା ମିଳିପାରି ନାହିଁ । ତେବେ ତାଙ୍କୁ ପଚରାଉଚରା ଜାରି ରହିଛି । ଏହା ମଧ୍ୟରେ ସୁରକ୍ଷାକର୍ମୀମାନେ ଅଂସାର ଗଜଓ୍ୱା ହିନ୍ଦ ଓ ହିଜବୁଲ ମୁଜାହୁଦ୍ଦୀନର ୨ ଜଣ ସଦସ୍ୟଙ୍କୁ ଗିରଫ କରିଛନ୍ତି ।

ପୋଲିସର କହିବାନୁସାରେ, ରାଜପୋରାର ଜଣେ ତହସିଲଦାର ନିଜ ଘରେ ଆତଙ୍କବାଦୀଙ୍କୁ ଲୁଚାଇ ରଖିଥିବା ସୂଚନା ମିଳିଥିଲା । ଏହାପରେ ୪୨ ରାଷ୍ଟ୍ରୀୟ ରାଇଫଲ୍ସ ୧୮୨ ବାଟାଲିୟନ ସିଆରପିଏଫ ଓ ପୋଲିସ ତାଙ୍କ ଘରେ ତଲାସି ଅଭିଯାନ ଆରମ୍ଭ କରିଥିଲେ । ତହସିଲଦାରଜଣଙ୍କ ନିଜ ଘରେ ଆତଙ୍କବାଦୀଙ୍କୁ ଲୁଚାଇବା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ରଖିଥିଲେ । ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି । ଏହାସହ ଅବନ୍ତିପୁରାରୁ ୨ଜଣ ଆତଙ୍କବାଦୀ ଅହମ୍ମଦ ଶାହ ଓ ତନବୀର ଅହମ୍ମଦ ଶେଖଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ବନ୍ଧୁକ ସହ ଆତଙ୍କବାଦୀଙ୍କ ଜରୁରୀ କାଗଜପତ୍ର ମଧ୍ୟ. ଜବତ ହୋଇଛି ।

ଗିରଫ ହୋଇଥିବା ଆତଙ୍କବାଦୀମାନେ ସେମାନଙ୍କ ମୁଖିଆଙ୍କ ରହଣି ବ୍ୟବସ୍ଥା କରୁଥିଲେ । ଏହାସହ ଅନେକ ସମ୍ବେଦନଶୀଳ ସୂଚନା ସଂଗଠନକୁ ପ୍ରଦାନ କରୁଥିଲେ । ଏପରିକି ଆତଙ୍କବାଦୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବାରେ ସହଯୋଗ ମଧ୍ୟ କରୁଥିଲେ ।

ସୂଚନାଯୋଗ୍ୟ, ଶୁକ୍ରବାର ପୁଲଓ୍ୱାମା ଜିଲ୍ଲାର କାକପୋରା ଅଞ୍ଚଳରେ ଆତଙ୍କବାଦୀମାନେ ପୋଲିସ ଓ ସିଆରପିଏଫ୍ ଟିମ୍ ଉପରେ ଗ୍ରେନେଡ୍ ଆକ୍ରମଣ କରିଥିଲେ । ତେବେ ଏଥିରେ କେହି ମୃତାହତ ହୋଇନଥିଲେ । କାହାର କିଛି କ୍ଷତି ହୋଇନଥିବା ମଧ୍ୟ ଜଣାପଡିଛି ।

   Related Posts