ରନ୍ଧା ଖାଦ୍ୟକୁ ଜବତ କଲେ ତହସିଲଦାର: କରୋନା କଟକଣାକୁ ବେଖାତିର କରି ଚାଲିଥିଲା ଭୋଜିର ଆୟୋଜନ

Published By : Prameya-News7 Bureau | November 05, 2020 IST

କୁକୁଡାଖଣ୍ଡି୫/୧୧: କରୋନା କଟକଣାକୁ ବେଖାତିର। କରୋନା କଟକଣାକୁ ବେଖାତିର କରି କୁକୁଡାଖଣ୍ଡି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସେହି ଗ୍ରାମର ପି.ସୁବାଷ ନାମକ ଜଣେ ବ୍ୟକ୍ତି ୨ ହଜାର ଲୋକଙ୍କ ଲାଗି ଏକ ଭୋଜିର ଆୟୋଜନ କରିଥିଲେ।

{"id":356838,"sizeSlug":"large"}

ଏହି ଘଟଣା ସଂପର୍କରେ କୁକୁଡାଖଣ୍ଡି ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପାଇବା ପରେ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରିଥିଲେ। ଏଥିସହ ରନ୍ଧା ସାମଗ୍ରୀ ଜବତ କରିଥିଲେ I

{"id":356839,"sizeSlug":"large"}

ନିୟମ ଅବମାନନାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନେବା ପାଇଁ ସାଧାରଣରେ ଦାବି ହେଉଛି। କୁକୁଡାଖଣ୍ଡିର କିଛି ରାଜନୈତିକ ବ୍ୟକ୍ତିଙ୍କ ସହାୟତାରେ ଏହି ଭୋଜି ଆୟୋଜନ ଚାଲିଥିବା ସୂଚନା ମିଳିଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.