ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣା, ଡ୍ରାଇଭର କହିଲେ ଆକ୍ରମଣ ପାଇଁ ମାଫିଆ କରିଥିଲେ ଉଦ୍ୟମ

Published By : Prameya-News7 Bureau | December 25, 2019 IST

ନୀଳଗିରି ୨୫।୧୨: ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଛି । ଘଟଣାସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ଗାଡିଟିକୁ ମେସିନ ସାହାର୍ଯ୍ୟରେ ଉଠାଯାଇଛି ।

{"id":202365,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ସେରଗଡ-ଉଦଳା  ରାସ୍ତା ନିକଟରେ ନୀଳଗିରି  ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଛି । ଦୁର୍ଘଟଣାଗ୍ରସ୍ଥ ଗାଡିଟି ରୋଡ ତଳକୁ ଖସିପଡିଛି । ଘଟଣାସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ମେସିନ ସାହାର୍ଯ୍ୟରେ ଗାଡିକୁ ଉଠାଇବାରେ ସଫଳ ହୋଇଛି ।

{"id":202364,"sizeSlug":"large"}

ତେବେ କେଉଁ ପରିସ୍ଥିତିରେ ସରକାରୀ ଗାଡିଟି ଏତେ ରାତିରେ ଯାତ୍ରାକରୁଥିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ବୁଧବାର ବଡଦିନ ଛୁଟିଥିବା ବେଳେ ସରକାରୀ ଗାଡି କାହିଁକି ଏତେ ରାତି ପର୍ଯ୍ୟନ୍ତ ବୁଲୁଥିଲା ବୋଲି ପ୍ରଶ୍ନ କରିଛନ୍ତି । କିନ୍ତୁ ସେପଟେ ଗାଡି ଡ୍ରାଇଭର ଭିନ୍ନ କଥା କହୁଛନ୍ତି । କଟକ ହାଇକୋର୍ଟରେ କାମ ନେଇ ଗସ୍ତ କରିଥିଲୁ । ତହସିଲଦାର କଟକରେ ରହିଗଲେ , ପରେ ସେ କିରାଣୀଙ୍କୁ ନୀଳଗିରିରେ ଛାଡି ବାଲେଶ୍ବର ଫେରିବା ସମୟରେ କିଛି ମାଫିଆ ତାଙ୍କୁ ଏକ  କାରରେ ପିଛା କରୁଥିବା କଥା କହିଛନ୍ତି । ସେମାନେ ଗାଲିଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ଭୟରେ ସେ ଗାଡିଟିକୁ ଦ୍ରୁତ ଗତିରେ ଚଲାଉଥିଲେ । ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.