Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଟ୍ରାଞ୍ଜିଟ୍‌ ପାସ୍‌କୁ ଟ୍ୟାମ୍ପରିଂ କରି ବେଆଇନ ବାଲି ଚୋରା ଚାଲାଣ, ତହସିଲଦାରଙ୍କ ଚଢ଼ାଉ

12/05/2021 at 10:10 PM

ପାଟଣା, ୧୨/୦୫: ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ପାଟଣା ତହସିଲର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢ଼ାଉ କରିଥିବା ଜଣାପଡ଼ିଛି । ଏହି ଚଢ଼ାଉ ବେଳେ ରାଜନଗର ନିକଟରୁ ଦୁଇଟି ବାଲି ବୋଝେଇ ହାଇୱା ଗାଡିରୁ ୬୧,୧୨୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ସୂଚନା ଅନୁସାରେ, ଟ୍ରାଞ୍ଜିଟ ପାସକୁ ଟ୍ୟାମ୍ପରିଂ କରି ବେଆଇନ ବାଲି ଚୋରା ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇଥିଲେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ । ଖବର ପାଇବାପରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ତରଫରୁ ଚଢ଼ାଉ କରି  OD 09 N 4047 ଓ  OD 16 0122 ନମ୍ବର ବିଶିଷ୍ଟ ଦୁଇଟି ହାଇୱା ଗାଡିରୁ ଏହି ଜୋରିମାନା ଆଦାୟ ହୋଇଛି ।

ଏହି ଚଢ଼ାଉରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସମେତ ରମାକାନ୍ତ ମହାନ୍ତ, ପାଟଣା ରାଜସ୍ବ ନିରୀକ୍ଷକ ସତ୍ୟବ୍ରତ ସାହୁ, ରାଜନଗର ରାଜସ୍ୱ ନିରୀକ୍ଷକ ଭବାନୀଶଙ୍କର ମହାନ୍ତ ପ୍ରମୁଖ ସାମିଲ ଥିଲେ ।

   Related Posts