ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ

Published By : Prameya-News7 Bureau | May 13, 2021 IST

ବାସୁଦେବପୁର,୧୩/୦୫: ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇ ହଟହଟା ହେଲେ ତହସିଲଦାର ।  ଲକଡାଉନରେ ଅମାନିଆ ଦୋକାନକୁ ବନ୍ଦ କରିବାକୁ ଯାଇଥିବା ବାସୁଦେବପୁର ତହସିଲଦାରଙ୍କୁ ପଡିଛି ବାରି । ତାଙ୍କ ଉପରକୁ ବାଟୁଳିରେ କରାଯାଇଛି ଆକ୍ରମଣ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ ।

ସୂଚନାନୁସାରେ, ଲକଡାଉନରେ ବାସୁଦେବପୁର ଅଞ୍ଚଳର ବିଭିନ୍ନ ଗାଁରେ କତେକ ଅମାନିଆ ଦୋକାନ ଖୋଲିଥିଲେ । ନୁଆପୋଖରୀର ଏକ ଲୁଗା ଦୋକାନ ଖୋଲିଥିବା ଜାଣି ସେଠିକୁ ପୋଲିସ ସହ ଦୋକାନ ବନ୍ଦ କରିବାକୁ ଯାଇଥିଲେ ବାସୁଦେବପୁର ତହସିଲଦାର । ଏହି ସମୟରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ବାଟୁଳିରେ ଆକ୍ରମଣ କରିଥିଲେ । ତେବେ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ପୋଲିସ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ତାଙ୍କ ଗାଡ଼ିର କାଚ ଭାଙ୍ଗିଛି । ତହସିଲଦାର ବାସୁଦେବପୁର ଥାନାରେ ଅଜଣା ବ୍ୟକ୍ତି ତାଙ୍କ ଗାଡ଼ିକୁ ଆକ୍ରମଣ କରିଥିବା ନେଇ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.