ପାଣି ବଦଳରେ ତହସିଲଦାରଙ୍କୁ ପିଆଇଲେ ଏସିଡ୍, ପୋଡିଲା ପାଟି ଓ ମୁହଁ, ତା'ପରେ...

Published By : Prameya-News7 Bureau | June 10, 2021 IST

ଶ୍ରୀନଗର, ୧୦/୦୬: ପାଣି ବଦଳରେ ଏସିଡ୍ ପିଇଦେଲେ ତହସିଲଦାର । ଜମ୍ମୁ-କାଶ୍ମୀରର ଜଣେ ଅଧିକାରୀ ପାମି ବଦଳରେ ଭୁଲରେ ଏସିଡ୍ ପିଇ ଦେଇଛନ୍ତି । କୁଲଗାମରେ କାମ କରୁଥିବା ଏହି ଅଧିକାରୀ ପିଇବା ପାଇଁ ଦୋକାନୀଙ୍କଠୁ ଏକ ପାଣି ବୋତଲ କିଣିଥିଲେ । କିନ୍ତୁ ଦୋକୀନୀ ଭୁଲରେ ପାଣି ବଦଳରେ ଏସିଡ୍ ବୋତଲ ଦେଇଥିଲେ । ଅଧିକାରୀଜଣଙ୍କ ଏହାକୁ ପିଇବା ପରେ ପାଟି ଓ ତଣ୍ଟି ପୋଡିଥିଲା ।

ସୂଚନାନୁସାରେ, କୁଲଗାମ ହାଜିପୁରାର ତହସିଲଦାର ଏକ ଦୋକାନକୁ ଯାଇ ପାଣି ମାଗିଥିଲେ । ସେଠାରେ ଦୋକାନୀ ତାଙ୍କୁ ଏସିଡ୍ ବୋତଲ ଧରାଇ ଦେଇଥିଲା । ଏହାକୁ ତହସିଲଦାର ପାଣି ଭାବି ପିଇ ପକାଇଥିଲେ । କିନ୍ତୁ ତଣ୍ଟି ପୋଡିବା ପରେ ସେ ପାଟିରୁ ଏସିଡକୁ ବାହାର କରିଦେଇଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି । ତେବେ ଦୋକାନୀଙ୍କୁ ଗିରଫ କରାଯାଇଛି ।

କୁହାଯାଉଛି ଯେ, ତହସିଲଦାର ଜଣଙ୍କ ନିଜ ଟିମ୍ ସହ ସଂପୃକ୍ତ ଅଞ୍ଚଳରେ ବେଆଇନ ଭାବେ ବିକ୍ରି ଅନେକ ସାମଗ୍ରୀ ଦୋକାନ ଉପରେ ରେଡ୍ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଶୋଷ ଲାଗିବାରୁ ସେ ଗାଁ ନିକଟରେ ଥିବା ଏକ ଦୋକାନରୁ ପାଣି ବୋତଲ କିଣି ପିଇଥିଲେ । ପାମିର ସ୍ୱାଦ ଭିନ୍ନ ଲାଗିବା ସହ ତାଙ୍କ ତଣ୍ଟି ପୋଡିଥିଲା ।

ପରେ ଜଣାପଡିଥିଲା ଯେ, ଏହି ଦୋକାନରେ ପାଣି ବୋତଲରେ ବ୍ୟାଟେରୀରେ ବ୍ୟବହାର ହେଉଥିବା ଏସିଡ୍ ରଖାଯାଇଥିଲା । ସେ ଭୁଲରେ ଏହାକୁ ପାଣି ଭାବି ତହସିଲଦାରକୁ ଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.