Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବେଆଇନ୍ ବାଲି ଓ ପଥର ଚାଲାଣ ବେଳେ ପହଞ୍ଚିଗଲେ ତହସିଲ୍‌ଦାର, ଏକ ଲକ୍ଷ ୫୦ ହଜାର ଜୋରିମାନା ଆଦାୟ

30/06/2021 at 7:39 PM

ପାଟଣା, ୩୦/୦୬: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ଡୁମୁରିଆ ଆର. ଆଇ ସର୍କଲ କୋଠାଘର ନିକଟରୁ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଏବଂ ମହୁଲଡିହା ଗ୍ରାମରୁ ଦୁଇଟି ବେଇଆନ୍ ପଥର ବୋଝେଇ ଗାଡି ଜବତ ହୋଇଛି । ପାଟଣା ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ୩ଟି ଟ୍ରାକ୍ଟରରୁ ୩୫ ହଜାର ୨୦ ଟଙ୍କା ଜୋରିମାନା ଆଦାୟ କରିଛି ।

ଏହି ଚଢ଼ାଉରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ସୁପରଭାଇଜର ବନମାଳି ନାଏକ, ଡୁମୁରିଆ ଆର.ଆଇ ସ୍ମୃତିରଞ୍ଜନ ଧୀର, ମୂଷାଖରୀ ଆର.ଆଇ ସାର୍ଥକ ସାରଥୀ ବାରିକ, ପାଟଣା ଆର.ଆଇ ସତ୍ୟବ୍ରତ ସାହୁ  ପ୍ରମୁଖ ସାମିଲ ଥିଲେ । ସେହିପରି  ତହସିଲଦାର ତାପସ ରଞ୍ଜନ ଦେହୁରୀ ତୁରୁମୁଙ୍ଗା ଆର.ଆଇ ସର୍କଲର ତେନ୍ତେଳା ଗ୍ରାମରେ ଗଛିତ ଥିବା ବେଆଇନ ବାଲି ଡିପରୁ ୫୦ ହଜାର ଟଙ୍କା ଏବଂ ରାଜନଗର ଆର.ଆଇ ସର୍କଲ ମୁରୁସୁଆଁରେ ଗଛିତ ଥିବା ବେଆଇନ ବାଲି ଡିପରୁ ୬୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ତହସିଲଦାରଙ୍କ ଘନ ଘନ ଚଢ଼ାଉକୁ ନେଇ ଏବେ ପାଟଣା ଅଞ୍ଚଳର ବାଲି ମାଫିଆଙ୍କ ମଧ୍ୟରେରେ କୋକୁଆ ଭୟ ସୃଷ୍ଟି ହୋଇଛି ।

   Related Posts