ଟାଏକଣ୍ଡୁ ଆସୋସିଏସନ ଅଫ ଭୁବନେଶ୍ୱରର ୫ମ ବେଲ୍ଟ ଟେଷ୍ଟ ଅନୁଷ୍ଠିତ
5/08/2018 at 12:42 PM

ଟାଏକଣ୍ଡୁ ଆସୋସିଏସନ ଅଫ ଭୁବନେଶ୍ୱରର ୫ମ ବେଲ୍ଟ ଟେଷ୍ଟ ଆଜି ଦିନ ୧୦ ଟା ରେ ଆରସିଏମ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରତିଯୋଗିତାରେ ୧୬୨ରୁ ଉର୍ଦ୍ଦ୍ୱ ପିଲା ଭାଗ ନେଇଥିଲେ | ଯାହା ମଧ୍ୟରୁ ୬୬ ଜଣଙ୍କୁ ବେଲ୍ଟ କୃତିତ୍ୱ ପିଲାଙ୍କୁ ବେଲ୍ଟ ପ୍ରଦାନ କରାଯାଇଛି | ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍ତର ଭୁବନେଶ୍ୱରର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଟାଏକଣ୍ଡୁ ଆସୋସିଏସନ ଅଫ ଓଡିଶାର ସାଧାରଣ ସମ୍ପାଦକ ରବି ନାରାୟଣ ପାଣିଗ୍ରାହୀ, ଅଧ୍ୟକ୍ଷ ବିଜୟ କୁମାର ଜେନା ଏବଂ କର୍ପୋରେଟର ମୋନାଲିସା ସାହୁ | କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ବ୍ଲାକ ବେଲ୍ଟ ମାଷ୍ଟର ଏବଂ ଟାଏକଣ୍ଡୁ ଆସୋସିଏସନ ଅଫ ଭୁବନେଶ୍ୱରର ସମ୍ପାଦକ ରାଜେଶ କୁମାର ବିଶ୍ୱାଳ, ଆସୋସିଆଟି କୋଚ ସତ୍ୟ,ବିପିନ, ସନ୍ତୋଷ |